ଉଦୟଭାନୁ ସାହିତ୍ୟ ସଂସଦର ଷଡ଼ବିଂଶ ତମ ଉତ୍ସବ |

66

କଟକ ( ଉତ୍କଳ ନ୍ୟୁଜ ) ୫-୦୩-୨୦୨୬: ଉଦୟଭାନୁ ସାହିତ୍ୟ ସଂସଦର ଷଡ଼ବିଂଶତମ ଫଗୁଣ-ରସ-ରଙ୍ଗ, ହାସ୍ୟ-ବ୍ୟଙ୍ଗ କବିତା ପାଠୋତ୍ସବ ଓ ନବନିର୍ମିତ ମଞ୍ଚ ଉଦଘାଟନ ଉତ୍ସବ ମହା ସମାରୋହରେ ଅନୁଷ୍ଠିତ ହୋଇ ଯାଇଅଛି।ଉଦୟଭାନୁ ପରିସର ମଧ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରତ୍ନାକର ରାଉତ, ଭା.ପ୍ର.ସେ.(ଅବସର) ବରେଣ୍ୟ ଅତିଥି ଡାକ୍ତର ଅନଙ୍ଗ ମୋହନ ଦ୍ବିବେଦୀଙ୍କ କରକମଳରେ ଉଦୟଭାନୁ ସାହିତ୍ୟ ସଂସଦର ନବନିର୍ମିତ ମଞ୍ଚ ସାହିତ୍ୟାନୁରାଗୀ ମାନଙ୍କୁ ଅର୍ପଣ କରା ଯାଇଥିଲା। ବରେଣ୍ୟ ଅତିଥି ଡାକ୍ତର ସୁଶାନ୍ତ ନାୟକ ସିଡିଭିଓ କଟକ ଓଡ଼ିଶାର ଗ୍ରାମେଗ୍ରାମେ ହୋଲି ଉତ୍ସବ ଓ ଏହାର ମହତ୍ତ୍ଵ ଉପରେ ଆଲୋକପାତ କରିଥିଲେ।ସଂସଦର ସଭାପତି ପ୍ରଫେସର ବିଜୟ କୁମାର ଶତପଥୀ ଆଶୀର୍ବାଦ କରିଥିଲେ। ସଂସଦର ଉପ-ସଭାପତି ଡକ୍ଟର ଗୋବିନ୍ଦ ଚନ୍ଦ୍ର ଚାନ୍ଦଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅତିଥି ବିଚାରକ ଥିଲେ ବରେଣ୍ୟ ଉପଦେଷ୍ଟା କୃଷ୍ଣଚନ୍ଦ୍ର ପଣ୍ଡା,ସଂଗଠନ ସମ୍ପାଦକ ସୁଧୀର କୁମାର ନାୟକ ଓ ସହ-ପାଠାଗାର ସମ୍ପାଦିକା ପ୍ରମିଳା ପତି।ପାଠାଗାର ସମ୍ପାଦିକା କଲ୍ୟାଣୀ ନାୟକ ମଞ୍ଚକୁ ଆମନ୍ତ୍ରଣ ଓ ସ୍ବାଗତ କରିଥିଲେ।ହାସ୍ୟ-ବ୍ୟଙ୍ଗ କବିତା ପାଠ ପରେ ସାମାଜିକ ବାର୍ତ୍ତା ପ୍ରଦାନକାରୀ ବ୍ୟଙ୍ଗ ନାଟକ ପିଡେଇ-ଚାନ୍ଦିନୀ ଡଅଟ୍ କମ୍ ପ୍ରଦର୍ଶିତ ହୋଇଥିଲା।ଅଭିନୟ କରିଥିଲେ ଆଦିକନ୍ଦ ରାଉତ,ପ୍ରମିଳା ପତି, ସଂଗ୍ରାମ ନାୟକ ଓ ଯଯାତି ନାୟକ।କବିତା ଗୁଡ଼ିକ ମଧ୍ୟରୁ ଶ୍ରେଷ୍ଠ ବିବେଚିତ ୩ ଜଣ କବିଙ୍କୁ ସୁଧୀର କୁମାର ନାୟକଙ୍କ ପ୍ରାୟୋଜିତ ଉପାଧୁ ଓ ମାନପତ୍ର ପ୍ରଦାନ କରାଯାଇ ସମ୍ମାନିତ କରା ଯାଇଥିଲା।ବିଜୟ କୁମାର ନାଥ-କାହ୍ନୁ କ୍ଷେତ୍ରମଣି ରସିକ ରାଜ, ନାରାୟଣ ନନ୍ଦ- କାହ୍ନୁ କ୍ଷେତ୍ରମଣି ରସିକ ଶେଖର ଓ ଛବିରାମ ସେଠୀ- କାହ୍ନୁ କ୍ଷେତ୍ରମଣି ରସିକ ଚୂଡ଼ାମଣି ପୁରସ୍କାର ଲାଭ କରିଥିଲେ।ନାଟକର ସମସ୍ତ ଅଭିନେତା ଓ ଅଭିନେତ୍ରୀଙ୍କୁ ସମ୍ମାନିତ କରା ଯାଇଥିଲା। ସାମଗ୍ରିକ ଭାବରେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ବ୍ରହ୍ମାନନ୍ଦ ମହାନ୍ତି,ବିଧୁଭୂଷଣ ମହାନ୍ତି,ଶରତ ଚନ୍ଦ୍ର ମହାନ୍ତି,ଅଶ୍ୱିନୀ କୁମାର ସେଠୀ,ବିଜୟ କୁମାର ନାଥ,ନିରୁପମା ମିଶ୍ର, ସଂଯୋଜ ସାମନ୍ତରାୟ, ଗୀତାଞ୍ଜଳି ପୃଷ୍ଟି, ପ୍ରେମାନନ୍ଦ ସ୍ବାଇଁ, ଶାଜିଲତା ସିଂହଦେଓ, ବାବାଜୀ ଚରଣ ଲେଙ୍କା, ମିନତୀ ସେନାପତି । ସାଧାରଣ ସମ୍ପାଦିକା ସରୋଜିନୀ ମିଶ୍ର ବିବରଣୀ ପାଠ କରିଥିଲେ।ପରିଶେଷରେ ଧନ୍ୟବାଦ ଦେଇଥିଲେ କୋଷାଧକ୍ଷା ଅର୍ଜନାରାଣୀ ଭୂୟାଁ ।