ଦାଣ୍ଡରେ ପଡି ହାଟରେ ଗଡିଲା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ପରିଚାଳନାଗତ ତୃଟି ବେଆଇନ୍ ଭାବେ ପ୍ରଧାନ ଗୁରୁଜୀଙ୍କୁ ନିଲମ୍ବନ ଓ ଆଚାର୍ଯ୍ୟ, ଆଚାର୍ଯ୍ୟା ଓ ସେବିକାମାନଙ୍କୁ ମାନସିକ ନିର୍ଯ୍ୟାତନା ଅଭିଯୋଗ |

178

କଟକ ( ଉତ୍କଳ ନ୍ୟୁଜ ) ୧୯-୦୩-୨୦୨୬ : ଭଦ୍ରକ ଜିଲ୍ଲା ତିହିଡି ସଦର ବଜାରସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ପରିଚାଳନାଗତ ତୃଟି କାରଣରୁ ସମସ୍ତ ଆଚାର୍ଯ୍ୟ, ଆଚାର୍ଯ୍ୟା ଓ ସେବିକାମାନେ ବିଦ୍ୟା ମନ୍ଦିରର ମୁଖ୍ୟ ଫାଟକରେ ତାଲା ପକାଇ ପ୍ରତିବାଦ କରିଥିଲେ । ପରିଚାଳନା କମିଟିର ମନମୁଖି କାର୍ଯ୍ୟ ଯୋଗୁଁ ଆଜି ଉକ୍ତ ଘଟଣା ଦାଣ୍ଡରେ ପଡି ହାଟରେ ଗଡିଲା । ରାଜପଥକୁ ସଂଲଗ୍ନ ଉକ୍ତ ବିଦ୍ୟା ମନ୍ଦିରର ଏପରି ଅଘଟଣକୁ ବାଟରେ ଯାଉଥିବା ଲୋକେ ଦେଖି ଆଖି ତରାଟି ଦେଉଥିଲେ । ତେବେ ପରିଚାଳନା କମିଟି ଓ ଅବିଭାବକ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା । ଅବିଭାବକମାନଙ୍କ ସହିତ ପୂର୍ବତନ ପରିଚାଳନା କମିଟିର ସଦସ୍ୟ ଓ ବିଦ୍ୟା ମନ୍ଦିରର ପ୍ରାଣପ୍ରତିଷ୍ଠାତା ଦୀପକ କୁମାର ସ୍ୱାଇଁ ମଧ୍ୟ ପରିଚାଳନାଗତ ତୃଟି ବିରୋଧରେ ମୁହଁ ଖୋଲିଥିଲେ । ଦୀର୍ଘ ୨୬ ବର୍ଷ ଧରି ଏହି ବିଦ୍ୟା ମନ୍ଦିରର ଅର୍ଜିତ ନିଜସ୍ୱ ଗାରିମା ଆଜି ଧୂଳିସାତ୍ ହୋଇଯାଇଛି । ସେମାନଙ୍କ ଧାରଣା ସକାଳ ୭ ଘଟିକାରୁ ଆରମ୍ଭ ହୋଇଥିଲା ଏବଂ ପରିସ୍ଥିତିକୁ ଦୃଷ୍ଟିରେ ରଖି ଦିବା ପ୍ରାୟ ୧୨ ଘଟିକା ସମୟରେ ପରିଚାଳନା କମିଟିର ସଭାପତି ନିତ୍ୟାନନ୍ଦ ମଲ୍ଲିକଙ୍କ ସମେତ ଅନ୍ୟମାନେ ଧାରଣାରତ ଆଚାର୍ଯ୍ୟ, ଆଚାର୍ଯ୍ୟା ଓ ସେବିକାମାନଙ୍କୁ ଭେଟି ତତ୍କାଳଭିତ୍ତିରେ ସଂପୃକ୍ତ ପ୍ରଧାନ ଗୁରୁଜୀ ପ୍ରକାଶ କୁମାର ବେହେରାଙ୍କ ନିଲମ୍ବନ ଆଦେଶକୁ ପ୍ରତ୍ୟାହାର କରିବା ସହିତ ଶୁକ୍ରବାର ଅପରାହ୍ନରେ ଏକ ବୈଠକ ଜରିଆରେ ସମସ୍ତ ଅଭିଯୋଗର ସମାଧାନ କରାଯିବ ବୋଲି ପ୍ରତିଶୃତି ଦେବାପରେ ପରିସ୍ଥିତି ଶାନ୍ତ ପଡିଥିଲା । ଶିକ୍ଷା ବର୍ଷ ଆରମ୍ଭରୁ କୌଣସି କାରଣ ନଥାଇ ପ୍ରଧାନ ଗୁରୁଜୀଙ୍କୁ କାର୍ଯ୍ୟରୁ ନିଲମ୍ବନ କରିବା, ପରିଚାଳନା କମିଟିର ସଦସ୍ୟମାନେ ବିଦ୍ୟା ମନ୍ଦିରର ଆଚାର୍ଯ୍ୟ, ଆଚାର୍ଯ୍ୟା ଓ ସେବିକାମାନଙ୍କୁ ମାନସିକ ନିର୍ଯ୍ୟାତନା ଦେଉଥିବା, ଦକ୍ଷତା ଅନୁସାରେ ବେତନ ପ୍ରଦାନ କରିବା, ବିଦ୍ୟା ମନ୍ଦିରର ଅନୁତୋଷିକ ପାଣ୍ଡି ସୁପରିଚାଳନା କରାଯାଉନଥିବା, ଇଏସଆଇ ଡିପୋଜିଟରେ ଅନିୟମିତା, ବାର୍ଷିକ ଯୋଜନାରୁ ବିଚ୍ୟୁତି ହୋଇ ପରିଚାଳନା କମିଟିର ମନମୁଖ୍ୟ ଶାସନ ପ୍ରତିବାଦରେ ଏପରି ଧାରଣା ଦିଆଯାଇଥିଲା । ଉକ୍ତ ଧାରଣାରେ ସୁବ୍ରତ କୁମାର ଦାସ, ପ୍ରଶାନ୍ତ କୁମାର ପ୍ରଧାନ, ଗୋପାଳ ଚନ୍ଦ୍ର ମହାନ୍ତି, ପ୍ରଶାନ୍ତ କୁମାର ପାଣିଗ୍ରାହୀ, ସୁରେଶ ଚନ୍ଦ୍ର ପୁହାଣ, ସ୍ୱାଧିନେଶ୍ୱରୀ ପାଣିଗ୍ରାହୀ, ଭୁବନେଶ୍ୱରୀ ସେନାପତି, ଶୁଭଶ୍ରୀ ଆଚାର୍ଯ୍ୟ, ଅଜୟ କୁମାର ପଲେଇ, କଳ୍ପନାରାଣୀ ବିଶ୍ୱାଳ, ଶୁଭଶ୍ରୀ ସାମନ୍ତ, ଭବାନିଶଙ୍କର ଆଚାର୍ଯ୍ୟ ଓ ଦେବେନ୍ଦ୍ର କୁମାର ମଲ୍ଲିକଙ୍କ ସମେତ ପ୍ରାୟ ୪୦ ଜଣ ଆଚାର୍ଯ୍ୟ, ଆଚାର୍ଯ୍ୟା ଓ ସେବିକାମାନେ ସାମିଲ ହୋଇଥିଲେ । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |