ସୋସାଇଟିଜ୍ ରେଜିଷ୍ଟ୍ରେସନ୍‌ ଆଇନ ସଂଶୋଧନ |

50

କଟକ ( ଉତ୍କଳ ନ୍ୟୁଜ ) ୧୯-୦୩-୨୦୨୬ : ସୋସାଇଟିଜ୍ ରେଜିଷ୍ଟ୍ରେସନ୍‌ ଆଇନ, 1860 (ଓଡିଶା ସଂଶୋଧନ) ଆଇନ, ୨୦୨୧ ର ସଂଶୋଧନ ପରିଣାମସ୍ୱରୂପ, ସାଧାରଣ ଲୋକ, ସମସ୍ତ ସଂସ୍ଥା ଓ ଉକ୍ତ ଆଇନ ଅଧୀନରେ ସଂସ୍ଥାଗୁଡ଼ିକର କାର୍ଯ୍ୟକଳାପ ଏବଂ ନିବନ୍ଧନ ସହିତ ସମ୍ପୃକ୍ତ ସମସ୍ତ ବ୍ୟକ୍ତିଙ୍କ ସୂଚନା ନିମନ୍ତେ ଏହା ଜଣାଇ ଦିଆଯାଉଛି ଯେ, ସଂସ୍ଥା ନିବନ୍ଧନ, ନ‌ବୀକରଣ, ବିଧିବଳୀ ଅନୁଯାୟୀ କୌଣସି ସଂଶୋଧନ (ଯଦି ରହେ) ଏବଂ ବାର୍ଷିକ ପ୍ରତିବେଦନ ଦାଖଲ ସମ୍ବନ୍ଧୀୟ ସମସ୍ତ ପ୍ରକ୍ରିୟା ବର୍ତ୍ତମାନ ପୂର୍ଣ୍ଣରୂପେ ଅନଲାଇନ୍ ମାଧ୍ୟମରେ କରାଯିବ । ଏହି ପରିପ୍ରେକ୍ଷିରେ, ସମସ୍ତ ସମ୍ପୃକ୍ତ ସଂସ୍ଥା, ସଦସ୍ୟ, ପକ୍ଷଗତ ବ୍ୟକ୍ତି ଏବଂ ସାଧାରଣ ଲୋକମାନଙ୍କୁ ନିର୍ଦ୍ଦେଶ ଦିଆଯାଉଛି ଯେ, ସେମାନେ ଇନ୍ସପେକ୍ଟର ଜେନେରାଲ ଅଫ୍ ରେଜିଷ୍ଟ୍ରେସନ୍, ଓଡିଶାଙ୍କ ଅଧିକୃତ ୱେବସାଇଟ୍ (www.igrodisha.gov.in) ମାଧ୍ୟମରେ ସଂସ୍ଥା ନିବନ୍ଧନ, ନବୀକରଣ ଓ ସଂଶୋଧନ ସମ୍ବନ୍ଧୀୟ ଆବଶ୍ୟକ ଦଲିଲପତ୍ର ଅନଲାଇନ୍ ମାଧ୍ୟମରେ ADM-cum-Additional Registrar of Societies ଙ୍କ ସମ୍ମୁଖରେ ଦାଖଲ କରିବେ