କଟକ ଜିଲ୍ଲାସ୍ତରୀୟ ପଖାଳ ପରବ ପାଳିତ |

39

କଟକ ( ଉତ୍କଳ ନ୍ୟୁଜ ) ୨୦-୦୩-୨୦୨୬ : ମାର୍ଚ୍ଚ ୨୦ ପଖାଳ ଦିବସ ଅବସରରେ ପାରମ୍ପରିକ ଖାଦ୍ୟ ପଖାଳର ଗୌରବକୁ ଅକ୍ଷୁର୍ଣ୍ଣ ରଖିବା ସହ ଏହି ସ୍ଥାନୀୟ ଖାଦ୍ୟକୁ ବିଶ୍ୱ ଦରବାରରେ ପରିଚିତ କରାଇବା ଉଦ୍ଦେଶ୍ୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ପାଳନ କରାଯାଇଛି "ପଖାଳ ପରବ" । ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ବିଭାଗର ନିର୍ଦ୍ଦେଶ କ୍ରମେ ସମଗ୍ର ରାଜ୍ୟରେ ମାର୍ଚ୍ଚ ୨୦ ତାରିଖକୁ ପଖାଳ ଦିବସ ଭାବେ ପାଳନ କରାଯାଉଥିବା ବେଳେ କଟକ ଜିଲ୍ଳା ପ୍ରଶାସନ ଏବଂ ଜିଲ୍ଳା ପର୍ଯ୍ୟଟନ ବିଭାଗ ଆନୁକୂଲ୍ୟରେ ସ୍ଥାନୀୟ ଏକ ହୋଟେଲଠାରେ ଜିଲ୍ଲାସ୍ତରୀୟ "ପଖାଳ ପରବ" ପାଳନ କରାଯାଇଛି ।

ଜିଲ୍ଲାପାଳ ଶ୍ରୀ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେ, ଡିସିପି ଶ୍ରୀ ଖିଲାରି ଋଷିକେଶ ଦ୍ୟାନଦେଓ, ଏସ ପି ଶ୍ରୀ ବିନୀତ ଅଗ୍ରୱାଲ, ଅତିରିକ୍ତ ଜିଲ୍ଲାପାଳ ଡଃ ଇପ୍ସିତା ପ୍ରିୟଦର୍ଶିନୀ ମିଶ୍ର, ଆଠଗଡ ଉପଜିଲ୍ଲାପାଳ ଶ୍ରୀ ପ୍ରହଲ୍ଲାଦ ନାରାୟଣ ଶର୍ମା, କଟକ ସଦର ଉପଜିଲ୍ଲାପାଳ ଶ୍ରୀ ଦିବ୍ୟଜ୍ୟୋତି ସ୍ମୃତିରଞ୍ଜନ ଦେଓ, ଉପନିର୍ଦ୍ଦେଶକ ଜିଲ୍ଲା ପର୍ଯ୍ୟଟନ ବିଭାଗ ଶ୍ରୀମତୀ ସୁଜାତା ପଟ୍ଟନାୟକ, ଜିଲ୍ଲା ପର୍ଯ୍ୟଟନ ଅଧିକାରୀ, ଜିଲ୍ଲାର ବହୁ ଅଧିକାରୀ, କର୍ମଚାରୀ ଓ ଜିଲ୍ଲାର ବିଭିନ୍ନ କ୍ଷେତ୍ରର ବ୍ୟକ୍ତିବିଶେଷ ଯୋଗ ଦେଇ ରାଜ୍ୟସ୍ତରୀୟ ପଖାଳ ପରବର ସିଧା ପ୍ରସାରଣ ଦେଖିଥିଲେ l