ଜୁନାଗଡ଼ ବଳଦିଆମାଳ ଜାତୀୟ ରାଜପଥରେ କାର ଦୁର୍ଘଟଣା ଘଟି ଡାକ୍ତରଙ୍କ ମୃତ୍ୟୁ ।

22

କଟକ (ଉତ୍କଳ ନ୍ୟୁଜ ) ୨୩-୦୩-୨୦୨୬ : ଶୁକ୍ରବାର ସକାଳ ପ୍ରାୟ ୮ ଘଣ୍ଟା ସମୟରେ ଜୁନାଗଡ଼ ବଳଦିଆମାଳ ଜାତୀୟ ରାଜପଥରେ ଏକ କାର ଦୁର୍ଘଟଣା ଘଟି ଜଣେ ଡାକ୍ତରଙ୍କ ମୃତ୍ୟୁ ଘଟିଛି। ସୂଚନାନୁସାରେ, ଏକ କାର ଭାରସାମ୍ୟ ହରାଇ ରାସ୍ତା କଡରେ ଥିବା ଟ୍ରକକୁ ଜୋରଦାର ଧକ୍କା ଦେଇଥିଲା। ଏହି ଦୁର୍ଘଟଣାରେ କାରରେ ବସିଥିବା ଡାକ୍ତର ହରିଶ୍ଚନ୍ଦ୍ର ପ୍ରଧାନଙ୍କୁ ଗୁରୁତର ଆହତ ଅବସ୍ଥାରେ ସ୍ଥାନୀୟ ଲୋକେ ଉଦ୍ଧାର କରି ତୁରନ୍ତ ଜୁନାଗଡ଼ ଡାକ୍ତରଖାନାକୁ ଆଣିଥିଲେ। କିନ୍ତୁ ସେଠାରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ଅନୁଯାୟୀ, କାର ଡ୍ରାଇଭର ଗାଡ଼ି ଚଳାଉଥିବା ବେଳେ ଡାକ୍ତର ପ୍ରଧାନ ସମ୍ମୁଖ ସିଟରେ ବସିଥିଲେ।

ଡାକ୍ତର ପ୍ରଧାନ ଭବାନୀପାଟଣାରୁ ଧର୍ମଗଡ଼ରେ ଥିବା ନିଜ କ୍ଲିନିକକୁ ରୋଗୀ ଦେଖିବା ପାଇଁ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା। କାର ଡ୍ରାଇଭର ସାମାନ୍ୟ ଆହତ ହୋଇଥିବା ଜଣାପଡିଛି ଲ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ଓ ଦୁର୍ଘଟଣାର ସଠିକ କାରଣ ଖୋଜାଯାଉଛି। ଏହି ଘଟଣା ଅଞ୍ଚଳରେ ଗଭୀର ଶୋକର ପରିବେଶ ସୃଷ୍ଟି କରିବା ସହ ବିଭିନ୍ନ ମହଲରେ ଶୋକପ୍ରକାଶ ପାଇଛି। କଳାହାଣ୍ଡି ରୁ ରବିଶଙ୍କର ସୁନାନୀ ଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ l