କଟକ (ଉତ୍କଳ ନ୍ୟୁଜ ) ୩୦-୧-୨୦୨୫ : ଭାଜପାର ନୂଆ ସଭାପତି ଘୋଷଣା ନେଇ ସବୁଆଡେ ଚର୍ଚ୍ଚା ଜୋରଧରିଛି | ଆସନ୍ତା ମାସ ରେ ରାଜ୍ୟ ବାସୀ ଦେଖିବ ବିଜେପି ର ନୂତନ ସଭାପତି | ଫେବୃଆରୀ ପ୍ରଥମ ସପ୍ତାହ ସୁଦ୍ଧା ବିଜେପି ର ନୂଆ ରାଜ୍ୟ ସଭାପତି ଘୋଷଣା ହେବ| ଏସବୁ ଚର୍ଚ୍ଚା ଭିତରେ ରାଜ୍ୟ ର୍ନିବାଚନ ସହ ଅଧିକାରୀ ସୁକାନ୍ତ ପାଣିଗ୍ରାହୀ ବଡ଼ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଖୁବଶୀଘ୍ର ରାଜ୍ୟ ସଭାପତି ଘୋଷଣା ହେବ। ଫେବ୍ରୁଆରୀ ପ୍ରଥମ ସପ୍ତାହ ସୁଦ୍ଧା ଏନେଇ ଘୋଷଣା ହେବ। ରାଜ୍ୟ ର୍ନିବାଚନ ଅଧିକାରୀ ଓଡ଼ିଶା ଆସି ଆଲୋଚନା କରିଛନ୍ତି। ଖୁବଶୀଘ୍ର ବାକି ୧୪ ଜିଲାର ସଭାପତିଙ୍କ ନାଁ ଘୋଷଣା ହେବ। ଏଥିସହ ରାଜ୍ୟ ସହ ପ୍ରଭାରୀ ଲତା ଉସେଣ୍ଡି ମଧ୍ୟ ପ୍ରତିକିୟା ଦେଇଛନ୍ତି। ସେ କହିଛନ୍ତି, ସଙ୍ଗଠନ ମହାପର୍ବ ଚାଲିଛି, ଶୀଘ୍ର ସବୁ ର୍ନିବାଚନ ସରିବ। ର୍ନିବାଚନ ଚାଲିଛି, କୌଣସି ବିଳମ୍ବ ହୋଇନି।