ଅଗ୍ନିବିପନ୍ନ ପରିବାରଙ୍କୁ ପୂର୍ବତନ ବିଧାୟକଙ୍କ ସହାୟତା |

143

କଟକ (ଉତ୍କଳ ନ୍ୟୁଜ ) ୦୪-୦୨-୨୦୨୫ : ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଲକ ଫତେପୁର ପଞ୍ଚାୟତ ଅଧିନ ବଡ଼ଗାଲୋ ଗ୍ରାମର ରାମଚନ୍ଦ୍ର ଖୁଣ୍ଟିଆଙ୍କର ଅଗ୍ନିକାଣ୍ଡରେ ଘର ଭସ୍ମୀଭୂତ ହେବା ସହିତ ସମସ୍ତ ଆସବାବପତ୍ର ପୋଡ଼ି ପାଉଁଶ ହୋଇ ଯାଇଥିଲା । ଖବର ପାଇ ପୂର୍ବତନ ବିଧାୟକ ବିଷ୍ଣୁବ୍ରତ ରାଉତରାୟ ଅଗ୍ନିବିପନ୍ନଙ୍କ ନିକଟରେ ପହଂଚି ସହାୟତା ପ୍ରଦାନ କରିବା ସହିତ ବିପନ୍ନ ପରିବାରଙ୍କୁ ସମବେଦନା ଜଣାଇଥିଲେ । ଏଥିସହିତ ତାଙ୍କୁ କିପରି ସରକାରୀ ସହାୟତା ମିଳିପାରିବ ସେଥିନେଇ ସେ ପ୍ରଶାସନ ନିକଟରେ ଦାବୀ କରିବେ ବୋଲି ପ୍ରତିଶୃତି ଦେଇଥିଲେ । ଏହି ସହାୟତା ବେଳେ ବିଜେଡି ଜିଲ୍ଲା ଉପସଭାପତି ସୁରେନ୍ଦ୍ର କୁମାର ନାୟକ, ପୂର୍ବତନ ସରପଞ୍ଚ କୀର୍ତ୍ତନ ରାଉତ, ବିଜେଡି ନେତା ସଂଗ୍ରାମ ଦାସ, ନିତ୍ୟାନନ୍ଦ ବେହେରା, ଉମାକାନ୍ତ ସେଠୀ, ଗଣେଶ ପ୍ରସାଦ ନାୟକ, ଅଶୋକ ଜେନା, ମହେଶ୍ୱର ସେଠୀ, ବାଦଲ ଜେନା ପ୍ରମୁଖଙ୍କ ସମେତ ବହୁ କର୍ମୀ ଉପସ୍ଥିତ ଥିଲେ । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |