ଓଡିଶା ର କାଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ି ଅଞ୍ଚଳକୁ ପୁଣି ଫେରିଛି ଶୀତ |

107

କଟକ (ଉତ୍କଳ ନ୍ୟୁଜ ) ୬-୦୩-୨୦୨୫ : ଓଡିଶା ର କାଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ି ଅଞ୍ଚଳକୁ ପୁଣି ଫେରିଛି ଶୀତ | ଗୁରୁବାର ଭୋର୍‌ରୁ ଅସହ୍ୟ ଶୀତ ଅନୁଭୂତ ହେବା ସହ ତାପମାତ୍ରା ସର୍ବନିମ୍ନ ୧୫ ଡିଗ୍ରୀକୁ ହ୍ରାସ ପାଇଛି। ଯାହାକି ବୁଧବାର ସର୍ବନିମ୍ନ ୧୭ ଡିଗ୍ରୀ ତାପମାତ୍ରା ରହିଥିବାବେଳେ ଆଜି ଆଉ ୨ ଡିଗ୍ରୀ ପାରଦ ଖସିଛି। ଦିନରେ ପ୍ରଚଣ୍ଡ ଖରା ସହ ପାଗ ଶୁଖିଲା ରହିବା ସହ ସର୍ବାଧିକ ତାପମାତ୍ରା ୩୩ ଡିଗ୍ରୀ ରହୁଥିବା ବ୍ଲକ କାର୍ଯ୍ୟାଳୟ ସୂତ୍ରରୁ ଜଣାପଡ଼ିଛି। ଏହି ସପ୍ତାହର ଆଜିର ଶୀତକୁ ଅନୁଭବ କରି ଲୋକେ ନିଆଁ ପୁଇଁବା ଦେଖିବାକୁ ମିଳିଛି। ଭୋର ସମୟରେ ଘର ଭିତରୁ ପଦାକୁ ବାହାରିବା ମୁସ୍କିଲ ହେଉଥିବା ଓ କାମଧନ୍ଦାରେ ଲୋକମାନେ ଆଜି ବିଳମ୍ବରେ ବାହାରିଥିଲେ।