କଟକ (ଉତ୍କଳ ନ୍ୟୁଜ )୨୫-୦୪-୨୦୨୫ : ଓଡ଼ିଶାରେ ୧୨ ଜଣ ପାକିସ୍ତାନୀ ନାଗରିକ ଗୃହ ବିଭାଗ ର ସୂଚନା | ଓଡ଼ିଶାରେ ରହିଛନ୍ତି ୧୨ ଜଣ ପାକିସ୍ତାନୀ ନାଗରିକ । ରାଜ୍ୟ ସରକାର ତାତ୍ପରତାର ସହ ସେମାନଙ୍କୁ ଖୋଜିବା ପ୍ରକ୍ରିୟା ଆରମ୍ଭ କରଛି । ତୁରନ୍ତ ସେମାନଙ୍କୁ ଖୋଜି ବାହାର କରିବା ସହିତ ପାକିସ୍ତାନ ତଡିବା ପାଇଁ ପ୍ରକ୍ରିୟା ଆରମ୍ଭ କରାଯାଇଥିବା ଗୃହ ବିଭା ପକ୍ଷରୁ କୁହାଯାଉଛି | ଗୃହ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଓଡ଼ିଶାରେ ୧୨ ଜଣ ପାକିସ୍ତାନୀ ନାଗରିକ ରହୁଛନ୍ତି । ଏମାନେ ସମସ୍ତେ ଲଙ୍ଗ ଟର୍ମ ଭିସା ବା ଲମ୍ବା ସମୟ ଧରି ଭିସା ନେଇ ଓଡ଼ିଶାରେ ରହିଛନ୍ତି । ତେଣୁ ସେମାନଙ୍କ ତଥ୍ୟ କେନ୍ଦ୍ର ସରକାରଙ୍କ ପାଖରେ ଥିବା ବେଳେ ଏ ନେଇ ରାଜ୍ୟ ସରକାରଙ୍କୁ ଅବଗତ କରାଯାଇଛି । କେନ୍ଦ୍ର ଗୃହ ମନ୍ତ୍ରଣାଳୟର ନିର୍ଦେଶ କ୍ରମେ ତତ୍ପରତା ପ୍ରକାଶ କରିଛନ୍ତି ରାଜ୍ୟ ସରକାର। ସେମାନଙ୍କୁ ତୁରନ୍ତ ଓଡ଼ିଶାରୁ ବାହାର କରିବାକୁ ପ୍ରକ୍ରିୟା ଆରମ୍ କରାଯାଇଥିବା ସୂଚନା ମିଳିଛି । ପହଲଗାମ ଆତଙ୍କବାଦୀ ଘଟଣାକୁ ନେଇ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଶୁକ୍ରବାର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଡାକିଛନ୍ତି। ଉକ୍ତ ବୈଠକରେ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ କଥା ହୋଇ ପାକ ନାଗରିକଙ୍କ ଭିଜା ବନ୍ଦ କରିବାକୁ ଶାହା ନିର୍ଦ୍ଦେଶ ଦେଇଛନ୍ତି। ନିଜ ରାଜ୍ୟରେ ଥିବା ପାକ୍ ନାଗରିକଙ୍କୁ ଚିହ୍ନଟ କ୍ରି ତାଙ୍କର ଭିଜା ବନ୍ଦ କରି ତୁରନ୍ତ ରାଜ୍ୟରୁ ବନ୍ଦ କରିବାକୁ ଶାହା ନିର୍ଦ୍ଦେଶ ଦେଇଛନ୍ତି।