କଟକ (ଉତ୍କଳ ନ୍ୟୁଜ ) ୨-୫-୨୦୨୫ : ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପରିଚାଳିତ ୨୦୨୫ ମେଟ୍ରିକ୍ ପରୀକ୍ଷା ଫଳାଫଳ ଶୁକ୍ରବାର ପ୍ରକାଶ ପାଇଛି । ଏହି ପରୀକ୍ଷାରେ ତିହିଡ଼ି ବ୍ଲକ ବ୍ଲକର ମୋଟ୍ ୭ ଜଣ ଏ-ୱାନରେ ଉତ୍ତିର୍ଣ୍ଣ ହୋଇଥିବା ସୂଚନା ମିଳିଛି । ମିଳିଥିବା ସୂଚନା ଅନୁଯାଇ, ବ୍ଲକ ଟପ୍ପର ଭାବେ ଏହି ବ୍ଲକର ନରେନ୍ଦ୍ରପୁର ପଞ୍ଚାୟତ ଅଧୀନ ନରେନ୍ଦ୍ରପୁର ସ୍ଥିତ ଉତ୍କଳମଣି ଗୋପବନ୍ଧୁ ନୋଡାଲ ବିଦ୍ୟାପୀଠର ଛାତ୍ରୀ ଶୋଭନା ପ୍ରହରାଜ ସର୍ବାଧିକ ୫୭୫ ନମ୍ବର ରଖି ଗୌରବ ଅର୍ଜନ କରିଛନ୍ତି । ଏହି ସଫଳତା ପାଇବା ପାଇଁ ସେ ଦିନକୁ ୧୦ଘଣ୍ଟାରୁ ଅଧିକ ସମୟ ପାଠ ପଢ଼ୁଥିଲେ । ସଫଳତାର ଶ୍ରେୟ ସେ ନିଜ ବାପା, ମା, ମାଉସୀ ମଉସା, ଟ୍ୟୁସନ ଶିକ୍ଷକ ଓ ସ୍କୁଲର ପ୍ରଧାନ ଶିକ୍ଷକଙ୍କ ସମେତ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ପ୍ରଦାନ କରିଛନ୍ତି । ଭବିବଷ୍ୟତରେ ସେ ଜଣେ ଡାକ୍ତର ହୋଇ ଲୋକମାନଙ୍କର ସେବା କରିବେ ବୋଲି କହିଛନ୍ତି । ଏହି ହାଇସ୍କୁଲର ଅନ୍ୟ ଜଣେ ଏ-ୱାନରେ ଉତ୍ତିର୍ଣ୍ଣ ହୋଇଥିବା ଜଣାଯାଇଛି । ସେହିପରି ପୀରହାଟ ଶାନ୍ତି ଶେଳେନ୍ଦ୍ର ହାଇସ୍କୁଲର ଛାତ୍ର ରଜନୀକାନ୍ତ ଦାସ ୫୬୦ ନମ୍ବର ରଖିଛନ୍ତି । ପୀରହାଟ ପୁରୁଣା ବଜାରସ୍ଥିତ ବିବେକାନନ୍ଦ ଶିକ୍ଷାକେନ୍ଦ୍ରର ଛାତ୍ର ପ୍ରିତମ ବଳ ଓ ଛାତ୍ରୀ ସୁଶ୍ରୀ ସଂଗୀତା ବଳ ଏ-ୱାନରେ ଉନ୍ନିତ ହୋଇଛନ୍ତି । ଏବଂ କୋହ୍ଲ ହାଇସ୍କୁଲ ଜଣେ ଏବଂ ସୟା ବିପିଏସ ହାଇସ୍କୁଲର ଜଣେ ମଧ୍ୟ ଏ-ୱାନରେ ଉତ୍ତିର୍ଣ୍ଣ ହୋଇଥିବା ଜଣାଯାଇଛି । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |