| କଟକ (ଉତ୍କଳ ନିୟୁଜ )୧୩/୫/୨୦୨୫ : ରାଜଧାନୀ ଭୁବନେଶ୍ୱରରେ ଆଜି ସକାଳୁ "ଆମ ବସ" ସେବା ବନ୍ଦ ହୋଇଯାଇଛି। ସୁରକ୍ଷା ଦାବିରେ ବସ ଡ୍ରାଇଭର୍ ଓ କଣ୍ଡକ୍ଟର ଆନ୍ଦୋଳନକୁ ଓହ୍ଲାଇଥିବାରୁ ଏହି ସେବା ଏକ ପ୍ରକାର ବନ୍ଦ ହୋଇଯାଇଛି, ଫଳରେ ଯାତ୍ରୀମାନେ ନାନା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ସୂଚନାଯୋଗ୍ୟ, ବିନା କାରଣରେ ଡ୍ରାଇଭର୍ ଓ କଣ୍ଡକ୍ଟରଙ୍କୁ ମାଡ଼ ଅଭିଯୋଗରେ ଏମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ‘ଆମ ବସ’ ଡିପୋରେ ବସ ରଖି ଏମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି।ସୂଚନାଯୋଗ୍ୟ, କିଛିଦିନ ତଳେ ‘ଆମ ବସ’ ବାରମ୍ବାର ଦୁର୍ଘଟଣା ଘଟାଉଥିବାରୁ ସାଧାରଣ ଜନତାଙ୍କ ଧନଜୀବନ ହାନି ହୋଇଥିଲା। ଦୁର୍ଘଟଣା ପରେ ଡ୍ରାଇଭରଙ୍କୁ ମାଡ଼ ମାରିବା, ବସ ଭାଙ୍ଗିଦେବା ଆଦି ଘଟଣା ବି ଘଟିଥିଲା। ଏସବୁ ପରେ ଆଜି "ଆମ ବସ"ର ଡ୍ରାଇଭର ଓ କଣ୍ଡକ୍ଟର ଏହାକୁ ପ୍ରତିବାଦକରି ଆନ୍ଦୋଳନକୁ ଓହ୍ଲାଇଛନ୍ତି।