ପୁରୀରେ ଚକଡେରା ନୀତି ସମ୍ପର୍ଣ୍ଣ |

32

କଟକ (ଉତ୍କଳ ନ୍ୟୁଜ) ୨୦ .୫.୨୦୨୫ : ଭଉଁରୀ ତିଥିରେ ସୋମବାର ନିର୍ମାଣଧୀନ ତିନି ରଥର ଗୋଟିଏ ଲେଖାଏଁ ଅଖରେ ଦୁଇଟି ଲେଖାଏଁ ଚକ ସଂଯୋଗ କରାଯାଇଛି | ଏହା ଚକାଡେ଼ରା ନୀତି ଭାବେ ପରିଚିତ | ପରମ୍ପରା ଅନୁଯାୟୀ ଶ୍ରୀମନ୍ଦିରରେ ଦାରୁବ୍ରହ୍ମଙ୍କ ସକାଳ ଧୂପ ସମ୍ପର୍ଣ୍ଣ ପରେ ତିନିଜଣ ପୂଜାପଣ୍ଡା ସେବକ ଆଂଜ୍ଞା ମାଳ ଧରି ରଥଖଳାକୁ ଯାଇଥିଲେ | ସେଠାରେ ଅଖ ଓ ଚକରେ ମହାପ୍ରଭୁଙ୍କ ଶ୍ରୀଅଙ୍ଗ ଲାଗି ଆଜ୍ଞାମାଳ ଲାଗି କରାଯାଇଥିଲା | ମହାରଣା ଓ ଭୋଇ ସେବକ ମାନେ ଅଖରେ ଚକ ସଂଯୋଗ କରିଥିଲେ | ହରିବୋଲ ,ହୁଳହୁଳି ଓ ସଂକୀର୍ତ୍ତନ ଧ୍ୱନିରେ ରଥଖଳା ପ୍ରକମ୍ପିତ ହୋଇଥିଲା |ବହୁ ଶ୍ରଦ୍ଧାଳୁ ଭକ୍ତ ରଥଡେରା ନୀତି ଦେଖିଥିଲେ |ସେଠାରେ ଭାବ ଭକ୍ତିମୟ ଏବଂ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା | ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ଼. ଅରବିନ୍ଦ କୁମାର ପାଢ଼ୀ , ଆରକ୍ଷୀ ଅଧିକ୍ଷକ ବିନୀତ ଅଗ୍ରୱାଲ ,ପ୍ରଶାସକ (ନୀତି) ,ଜିତେନ୍ଦ୍ର କୁମାର ସାହୁ ,ପ୍ରଶାସକ (ଉନ୍ନୟନ ) ,ଦେବବ୍ରତ ସାହୁ ପ୍ରମୁଖ ଉପସ୍ଥିତ ଥିଲେ |