ଭଦ୍ରକର "ପାଳୁଅ ଲଡୁ "କୁ ମିଳିପାରେ ଜିଆଇ ଟ୍ୟାଗ !

37

କଟକ (ଉତ୍କଳ ନ୍ୟୁଜ) ୨୨.୫.୨୦୨୫ : ଜିଆଇ (ଭୌଗଳିକ ସଂକେତ)ଟ୍ୟାଗ ପାଇବ ଭଦ୍ରକର ସ୍ଵାଦିଷ୍ଠ ଓ ଲୋକପ୍ରିୟ "ପାଳୁଅ ଲଡ଼ୁ" | ଜିଲ୍ଲା ପ୍ରଶାସନ ପକ୍ଷରୁ ଏଥିପାଇଁ ପଦକ୍ଷପ ନିଆଯାଉଅଛି | କେନ୍ଦ୍ର ସରକାରଙ୍କ ଅଧୀନରେ ଥିବା ଜିଆଇ ରେଜିଷ୍ଟ୍ରି ବିଭାଗରେ ଏଥିପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି | ଏନେଇ ରାଜ୍ୟ ସରକାରଙ୍କ ଅଣୁ, କ୍ଷୁଦ୍ର ଓ ମାଧ୍ୟମ ଉଦ୍ୟୋଗ(ଏମଏସଏମଇ) ବିଭାଗକୁ ଜିଲ୍ଲା ପ୍ରଶାସନ ପ୍ରସ୍ତାବ ଦେବାପରେ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରାଯାଇଅଛି | ଏମଏସଏମଇ ବିଭାଗ ପକ୍ଷରୁ ଜଣେ ପାରାମର୍ଶଦାତା ନିୟୋଜିତ କରାଯାଇଛି | ତାଙ୍କ ମାର୍ଗଦର୍ଶନରେ ରେଜିଷ୍ଟ୍ରେସନ ପାଇଁ ଆବେଦନ କରାଯାଉଥିବା ଜିଲ୍ଲାପାଳ ଦିଲ୍ଲୀପ ରାଉତରାଏ ସୂଚନା ଦେଇଛନ୍ତି |