କଟକ (ଉତ୍କଳ ନ୍ୟୁଜ) ୨୪.୫.୨୦୨୫ : ଶ୍ରୀମନ୍ଦିର ଉପରେ କି ପାଖରେ ଆଉ ଉଡି ପାରିବନି ଡ୍ରୋନ | ଉଡିବା ପୂର୍ବରୁ ଅଚଳ ହୋଇଯିବ ଡ୍ରୋନ ସେନସର | ଶ୍ରୀମନ୍ଦିର ଉପରେ ଓ ଚତୁଃପାର୍ଶ୍ୱରେ ନର୍ଦ୍ଦିଷ୍ଟ ପରିଧିରେ ଡ୍ରୋନ ଉଡିବାରେ ଲାଗିବ କଟକଣା |ଏଥିପାଇଁ ରାଜ୍ୟ ସରକାର ଆଣ୍ଟି ଡ୍ରୋନ ବ୍ୟବସ୍ଥା ଆପଣେଇବା ଉପରେ ଚିନ୍ତା କରିଛନ୍ତି | ଏବାବଦରେ ସ୍ୱତନ୍ତ୍ର ବ୍ୟୟବରାଦ କରାଯିବ ବୋଲି ଆଇନ ମନ୍ତ୍ରୀ ପୃଥିବରାଜ ହରିଚନ୍ଦନ କହିଛନ୍ତି | ବିଶେଷ କରି ପାକିସ୍ତାନ ଆତଙ୍କବାଦୀ ସହ ସମ୍ପର୍କ ରଖି ଗିରଫ ହୋଇଥିବା ଜ୍ୟୋତି ମୋଲହୋତ୍ରା ନିକଟରେ ପୁରୀ ଆସିବା ସହ ଶ୍ରୀମନ୍ଦିର ଉପରେ ଡ୍ରୋନ ଉଡିବା ଘଟଣା ପଦାକୁ ଆସିବା ପରେ ସରକାର ଶ୍ରୀମନ୍ଦିର ସୁରକ୍ଷାକୁ ଗୁରୁତ୍ୱର ସହ ବିଚାର କରୁଛନ୍ତି |