କଟକ,(ଉତ୍କଳ ନ୍ୟୁଜ) ୨୮.୫.୨୦୨୫ : ଅନୁଗୁଳ ଜିଲ୍ଲା ସାତକୋଶିଆର ମହାନଦୀ ଗଣ୍ଡାରେ ପଞ୍ଚମ ଥର ପାଇଁ ମା" ଘଡ଼ିଆଳ ନଜରରେ ଆସିଛନ୍ତି |ତେବେ ଏହି ସେବକଙ୍କ ସୁରକ୍ଷା ପାଇଁ ବନ ବିଭାଗ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଇଛନ୍ତି | ସେପଟେ ନନ୍ଦନକାନନରୁ ମଧ୍ୟ ଏକ ବିଜ୍ଞାନିକ ଟିମ ସାତକୋଶିଆରେ ପହଂଚି ଘଡ଼ିଆଳ ଉପରେ ନଜର ରଖିଛନ୍ତି | ସେଠାରେ ବନ କର୍ମଚାରୀମାନେ ୨୪ ଘଣ୍ଟା ରହି କୁମ୍ଭୀର ସେବକଙ୍କୁ ଜଗିରହିଛନ୍ତି |ସେହିପରି ସିସିଟିଭି କ୍ୟାମେରା ମଧ୍ୟ ସେଠାରେ ଖଞ୍ଜା ଯାଇଛି | ସେହିପରି ମଶ୍ଚୟ ଯିବି ମାନଙ୍କୁ ମାଛ ଧରିବା ଉପରେ ସମ୍ପୂର୍ଣ ରୂପେ ରୋକ ଲଗାଜିଛି |ଅନ୍ୟପକ୍ଷେ ପ୍ରତିଦିନ ମହାନଦୀର ବିଭିନ୍ନ ସ୍ଥାନରେ ଥିବା ଘଡ଼ିଆଳଙ୍କ ଗଣତି ହେଉଛି ଓ ସେମାନଙ୍କ ହିସାବ ରଖାଯାଉଥିବା ସାତକୋଶିଆ ଡ଼ିଏଫଓ ସରୋଜ କୁମାର ପଣ୍ଡା ପ୍ରକାଶ କରିଛନ୍ତି |