କଟକ (ଉତ୍କଳ ନ୍ୟୁଜ ) ୨୮-୦୫-୨୦୨୫ : ପୁଣି ମାଓବାଦୀ ସକ୍ରିୟ | ବିସ୍ଫୋରକ ସାମଗ୍ରୀ ଲୁଟି ନେଲେ ମାଓବାଦୀ ! ସୁନ୍ଦରଗଡ ବଣାଇ ଅଞ୍ଚଳରେ ବିସ୍ଫୋରକ ସାମଗ୍ରୀ ଲୁଟି ନେଲେ ମାଓବାଦୀ । ବାଙ୍କୋ ପଥର ଖଣିକୁ ଆସିଲା ବେଳେ ଲୁଟି ନେଲେ । ପ୍ରାୟ ୩୦ରୁ ୪୦ ମାଓବାଦୀ ଆସି ଲୁଟ୍ କରିଥିବା ସୂଚନା । ପିଟିଆଇ ପକ୍ଷରୁ ରିପୋର୍ଟ ପ୍ରକାଶ । ଟ୍ରକ୍ରେ ଆସୁଥିବା ୪ ଟନ୍ରୁ ଊର୍ଦ୍ଧ୍ବ ବିସ୍ଫୋରକ ଲୁଟି ନେଲେ ମାଓବାଦୀ । ପଥର ବ୍ଲାଷ୍ଟିଂ ପାଇଁ ବିସ୍ଫୋରକ ସାମଗ୍ରୀ ନେଲା ବେଳେ ଲୁଟ୍ ସୂଚନା । ଲୁଟ୍ ନେଇ ସ୍ଥାନୀୟ ପୋଲିସର ଛାନଭିନ୍ । ଝାଡ଼ଖଣ୍ଡ ସୀମା ବାଙ୍କୋରୁ ଗାଡି ଅଟକାଇ ଲୁଟିନେଲେ । ବିସ୍ଫୋରଣ ସାମଗ୍ରୀ ଲୁଟିନେଲେ ମାଓବାଦୀ ! ପଥରଖଣିକୁ ଆସୁଥିଲା ବିସ୍ଫୋରକ ସାମଗ୍ରୀ । ରାସ୍ତାରୁ ଲୁଟିନେଲେ ୪୦ ଜଣ । ଡିନାମାଇଟ ଗାଡ଼ି ହାଇଜାକ କଲେ ମାଓବାଦୀ । ବଣାଇରେ ଡିନାମାଇଟ ବୋଝେଇ ଗାଡ଼ି ହାଇଜାକ୍ କରିଛନ୍ତି ମାଓବାଦୀ ।