ଶୀତଳଷଷ୍ଠୀ ଯାତ୍ରା ପାଇଁ ସମ୍ବଲପୁର ସହର ଚଳଚଞ୍ଚଳ |

204

କଟକ (ଉତ୍କଳ ନ୍ୟୁଜ) ୨୮.୫.୨୦୨୫ : ସମ୍ବଲପୁରର ପ୍ରସିଦ୍ଧ ଶୀତଳଷଷ୍ଠି ଯାତ୍ରା ପାଇଁ ସହର ଚଳଚଞ୍ଚଳ ହୋଇଉଠିଛି | ଆଜି ରାତିରେ ସର୍ବପୁରାତନ ନନ୍ଦପଡା ଯାତ୍ରା କମିଟି ତରଫରୁ ବଂବରାଡ ବାଲୁଙ୍କେଶ୍ୱର ବାବାଙ୍କ ପାତରପେଣ୍ଡି ପାରମ୍ପରିକ ରୀତିନୀତି ଅନୁଯାୟୀ ସମ୍ପର୍ଣ ହୋଇଛି | ରାତି ୮ଟାରେ ମନ୍ଦିରରେ ବଂବରାଡ ବାଲୁଙ୍କେଶ୍ୱର ବାବାଙ୍କ ପୂଜାର୍ଚ୍ଚନା ପରେ ବରପିତା ରାମଚରଣ ମିଶ୍ର ଓ ସପ୍ତରୁଷି ସୁସର୍ଜିତ ରଥରେ ସବାର ହୋଇ ଏକ ଭବ୍ୟ ଶୋଭା ଯାତ୍ରାରେ ଦେବଦେବ ମହାଦେବଙ୍କ କନ୍ୟା ଅନ୍ୱେଷଣରେ ବାହାରିଥିଲେ | ଶଙ୍ଖ , ଘଣ୍ଟ, ଦୁଲଦୁଲି, ଧମାଲବାଦ୍ୟ ,ମୟୁର ଝାର ନୃତ୍ୟ , ଯୋଡି ଶଙ୍ଖ ଆଦିରେ ରାସ୍ତା କମ୍ପିଥିଲା |ଶୋଭାଯାତ୍ରା ହାଟପଡା, ନନ୍ଦପଡ଼ା , ମହାନ୍ତିପଡା ,କଂସାରୀପଡ଼ା, ବୈଦ୍ୟନାଥ ଛକ , ଶକ୍ତି ସଂଘ ଚକ ଦେଇ ମୁନିସିପାଲଟି ଛକସ୍ଥିତ କନ୍ୟା ପିତାମାତା ପ୍ରତାପ ନନ୍ଦ ଓ ଲିପିକା ନନ୍ଦଙ୍କ ଅସ୍ଥାୟୀ ବାସଭବନ ନାରୀ ସେବା ସଦନରେ ପହଞ୍ଚିଥିଲା |