ବଜ୍ରପାତରେ ଗଲା ୪ ଜୀବନ |

98

କଟକ (ଉତ୍କଳ ନ୍ୟୁଜ) ୩୦.୫.୨୦୨୫ : ଗୁରୁବାର ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରପାତ ଘଟି ୪ ଜଣଙ୍କର ଜୀବନ ଯାଇଛି | ବରଗଡ଼ ଜିଲ୍ଲା ଅତାବିରା ଥାନା ଅଞ୍ଚଳରେ ଗୁରୁବାର ମଧ୍ୟାହ୍ନରେ ସାଢେ ୧୨ଟା ସମୟରେ ବଜ୍ରପାତରେ ଦୁଇଜଣ ମହିଳାଙ୍କ ମୃତ୍ୟୁ ଘଟିଛି | ସେମାନେ ହେଲେ ଅତାବିରା ଥାନା ଟୋପ ଗ୍ରାମର ଯଶୋଦା ମଲ୍ଲିକ (୩୫) ଓ ଖଇରପାଲି ନଳିଆ ଝୁମ୍ପୁଡିପଡା ଗ୍ରାମର ଶାନ୍ତି ଛତ୍ରିଆ (୪୮) |