ରଥଯାତ୍ରା ପାଇଁ ତାଳବଣିଆରୁ ଜିଲ୍ଲା ହାଇସ୍କୁଲ ଯାଏ ୧୦୦ ଅଟୋ ଗଡ଼ିବ |

151

କଟକ (ଉତ୍କଳ ନ୍ୟୁଜ) ୩୧.୫.୨୦୨୫ : ଶ୍ରୀ‌କ୍ଷେତ୍ର ପୁରୀରେ ରଥଯାତ୍ରା ପାଇଁ ତାଳବଣିଆରୁ ଜିଲ୍ଲା ହାଇସ୍କୁଲ ଯାଏ ୧୦୦ ଅଟୋ ଚଳାଚଳ କରିବ। ଏହି ଅଟୋରେ ଯାତ୍ରୀମାନେ ସମ୍ପୂର୍ଣ୍ଣ ମାଗଣାରେ ଯିବାଆସିବା କରିବେ। ଏ ପ୍ରକାର ସମସ୍ତ ବ୍ୟବସ୍ଥା ଜିଲ୍ଲା ପ୍ରଶାସନ ପକ୍ଷରୁ ଯୋଗାଇ ଦିଆଯିବ। ଏହାବାଦ୍ ପୁରୀକୁ ଚଳାଚଳ କରୁଥିବା ବସ୍ ଓ ଅଟୋ ଚାଳକମାନେ ଯାତ୍ରୀଙ୍କ ଠାରୁ ଯେଭଳି ଧାର୍ଯ୍ୟ ଭଡ଼ାଠାରୁ ଅଧିକ ଟଙ୍କା ନ ନିଅନ୍ତି ସେ ନେଇ ବସ୍ ମାଲିକଙ୍କୁ ସତର୍କ କରାଇଛି ପରିବହନ ବିଭାଗ। ପରିବହନ କମିସନରଙ୍କ କାର୍ଯ୍ୟାଳୟରେ ଆୟୋଜିତ ଏକ ବୈଠକରେ ଏ ପ୍ରକାର ନିଷ୍ପତ୍ତି ହୋଇଛି।