ଜୁନ ୭ରୁ ୧୦ ଯାଏଁ ଅସ୍ୱାଭାବିକ ଗ୍ରୀଷ୍ମପ୍ରବାହ |

135

କଟକ ,(ଉତ୍କଳ ନ୍ୟୁଜ) ୫.୬.୨୦୨୫ : ଜୁନ ୭ରୁ ୧୦ ତାରିଖ ରାଜ୍ୟରେ ଚଳିତ ବର୍ଷର ସବୁଠାରୁ ଉତ୍ତପ୍ତ ଦିନ ହେବ ବୋଲି ଆକଳନ କରିଛନ୍ତି ବିଶିଷ୍ଟ ପାଣିପାଗ ବିଜ୍ଞାନୀ ସୁରେନ୍ଦ୍ରନାଥ ପଶୁପାଳକ | ତାଙ୍କ ଆକଳନ କହୁଛି , ଆସନ୍ତାକାଲିଠାରୁ ରାଜ୍ୟରେ ତାପମାତ୍ରା କ୍ରମଶଃ ବଢିବା | ଜୁନ ୭ରେ କେତେକ ସ୍ଥାନର ତାପମାତ୍ରା ୪୨ ଡିଗ୍ରୀ ଉପରେ ରହିବ | ୭ରୁ ୧୦ ତାରିଖ ଅଧ୍ୟରେ ତାପମାତ୍ରା ପ୍ରାୟ ୪ ଡିଗ୍ରୀ ବଢିବ |ଜୁନ ୧୦ ରୁ ୧୨ ମଧ୍ୟରେ ପଶ୍ଚିମ ଓ କେନ୍ଦ୍ରୀୟ ଓଡ଼ିଶାରେ ସର୍ବାଧିକ ତାପମାତ୍ରା ସ୍ୱଭାବିକଠାରୁ ୮ ଡିଗ୍ରୀ ବା ତାଠାରୁ ଅଧିକ ହୋଇପାରେ |କିଛି ମଡେଲ ଅନୁସାରେ ଜୁନ ୧୧ ରେ ବେଙ୍ଗାପସାଗରରେ ଏକ ଘର୍ଣ୍ଣିବଳୟ ସୃଷ୍ଟି ହେବ |ଉପକୂଳ ଓଡ଼ିଶାରେ ତାପମାତ୍ରା ୧୧ ତାରିଖରୁ ଓ ଅଭ୍ୟନ୍ତରରେ ୧୩ ତାରିଖରୁ କମିବା |