ଜ୍ବରରେ ପୀଡିତ ମହାପ୍ରଭୁ, ଗୁପ୍ତ ସେବା ଆରମ୍ଭ |

77

କଟକ,(ଉତ୍କଳ ନ୍ୟୁଜ),୧୩.୬.୨୦୨୫ : ଜ୍ବରରେ ପୀଡିତ ମହାପ୍ରଭୁ, ଗୁପ୍ତ ସେବା ଆରମ୍ଭ | ଦେବସ୍ନାନ ପରେ ମହାପ୍ରଭୁଙ୍କୁ ଜ୍ୱର | ସେବା ଶୁଶୁର୍ଷ ଲେଡିଲେଣି ମହାପ୍ରଭୁ |ମହାପ୍ରଭୁଙ୍କ ମନ ଜାଣି ଗୁପ୍ତ ସେବା ଦେଉଛନ୍ତି ଦଇତାପତି ସେବକ |ଏଥିସହ ଶ୍ରୀମନ୍ଦିରରେ ଆରମ୍ଭ ହୋଇଛି ଶ୍ରୀବିଗ୍ରହଙ୍କ ଅନବସର ସେବା |ସ୍ନାନ ମଣ୍ଡପରୁ ରତ୍ନବେଦୀ ନଯାଇ ଅଣସର ପିଣ୍ଡାରେ ବିଜେ ହୋଇଛନ୍ତି ମହାପ୍ରଭୁ |ଦଇତାପତିମାନେ ସ୍ୱତନ୍ତ୍ର ଉପଚାରରେ ସେବା ଯୋଗାଉଛନ୍ତି |ଶ୍ରୀବିଗ୍ରହ କେବଳ ଶୁକ୍ଳ ବସ୍ତ୍ର ଓ ଶୁକ୍ଳ ପୁଷ୍ପ ଧାରଣ କରିଛନ୍ତି |ମାତ୍ର ଅନବସର ଯୋଗୁ ତୁଳସି ଲାଗି ହେଉନାହିଁ |ପତି ମହାପାତ୍ର ଶୂନ୍ୟକୁ ଚାହିଁ ପଣା ଭୋଗ ସମର୍ପଣ କରୁଛନ୍ତି | ସାଧାରଣ ମଣିଷକୁ ଜ୍ୱର ହେଲେ ଯେପରି ଔଷଧ ଓ ସେବା ସୁଶୃସା ଆବଶ୍ୟକତା ପଡେ ,ଠାକୁରଙ୍କ କ୍ଷତ୍ରରେ ମଧ୍ୟ ସେମିତି ଆବଶ୍ୟକ ପଡିଥାଏ |