ଇରାନ ର ପରମାଣୁ କେନ୍ଦ୍ର କୁ ନଷ୍ଟ କଲା ଇସ୍ରାଏଲ !

74

କଟକ (ଉତ୍କଳ ନ୍ୟୁଜ ) ୧୪-୦୬-୨୦୨୫ : ଇସ୍ରାଏଲ ର ଆକ୍ରମଣ ରେ ଇରାନ ବେହାଲ | ଇସ୍ରାଏଲ ର ଏୟାରଷ୍ଟ୍ରାଇକ ରେ ଇରାନ ର ପରମାଣୁ କେନ୍ଦ୍ର ଗୁଡିକ ନଷ୍ଟ ହୋଇଯାଇଛି | ଏହି ଆକ୍ରମଣ ରେ ଇରାନ ରିଭୋଲ୍ୟୁସନାରୀ ଗାର୍ଡ ର ମୁଖ୍ୟ ଚିଫ ହୋସେନ ସଲାମି ଙ୍କ ମୃତ୍ୟୁ ଘଟିଛି | ଏହା ସହିତ ପରମାଣୁ ଅସ୍ତ୍ର ବିକାଶ ତଥା ଗଣେଷଣ କେନ୍ଦ୍ର ଉପରେ ଇସ୍ରାଏଲ ଏୟାର ଷ୍ଟ୍ରାଇକ କରିବା ଫଳ ରେ ୨ ଜଣ ବୈଜ୍ଞାନିକ ଙ୍କ ଜୀବନ ହାନି ଘଟିଛି | ଏହା ଛଡା ବିଭିନ୍ନ ସ୍ଥାନ ରେ ଆକ୍ରମଣ ଯୋଗୁଁ ୫୦ ଜଣ ଆହତ ହୋଇଥିବା ଜଣାପଡିଛି | ଅନ୍ୟପଟେ ଇସ୍ରାଏଲ ର ଆକ୍ରମଣ ରେ ରକ୍ତମୁଖା ହୋଇ ଉଠିଛି ଇରାନ | ଇରାନ ର ସୁପ୍ରିମ ଲିଡର ଅୟତୁଲ୍ଲା ଅଲ୍ଲୀ ଖାମନେଇ ଇସ୍ରାଏଲ ଆକ୍ରମଣ କୁ ନେଇ କଡା ପ୍ରତିକ୍ରିୟା ପ୍ରକାଶ କରିଛି |