କଟକ (ଉତ୍କଳ ନ୍ୟୁଜ ) ୧୭-୦୬-୨୦୨୫ : ରାଜଗାଙ୍ଗପୁର ପଞ୍ଚାୟତ ସମିତି ଭବନରେ ସୋମବାର ସକାଳ ୧୦ ଟାଠାରୁ ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନଙ୍କ ନେତୃତ୍ୱରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ସଂଯୁକ୍ତ ଜନ ଶୁଣାଣି ଶିବିରର ଆୟୋଜନ କରାଯାଇଥିଲା। ଏହି ଶିବିରରେ ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ବ୍ଲକରୁ ମୋଟ ୯୬ ଟି ଅବେଦନ ପତ୍ର ଦାଖଲ ହୋଇଥିଲା, ଯାହାରୁ ୪୧ ଟି ବ୍ୟକ୍ତିଗତ ଏବଂ ୫୫ ଟି ସାମୂହିକ ଅବେଦନ ଥିଲା। ଏହି ମଧ୍ୟରୁ ୭ ଟି ଅବେଦନକୁ ସ୍ଥଳରୁ ତୁରନ୍ତ ନିରାକରଣ କରାଯାଇଛି। ଏହି ଅବେଦନଗୁଡିକ ମଧ୍ୟରେ ବେଦବ୍ୟାସ ଗୋଶାଳା ରୁ ଏକ ଲିଖିତ ଅବେଦନ ଗୋଶାଳା ସମିତି ଦ୍ୱାରା ଦାଖଲ କରାଯାଇଥିଲା, ଯେଉଁଥିରେ ଗୋଶାଳା ଭିତରେ ଗାୟଙ୍କ ସଂଖ୍ୟା ଅନୁଯାୟୀ ଜମି ଓ ଅନ୍ୟାନ୍ୟ ସମସ୍ୟା ବିଷୟରେ ଜିଲ୍ଲାପାଳଙ୍କ ସମ୍ମୁଖରେ ଉଠାଯାଇଛି। ରାଜଗାଙ୍ଗପୁର ରୁ ସମାଜସେବୀ ରମେଶ ସୋନି ଓ ଅନ୍ୟମାନେ କିଛି ଅବେଦନ ଓ ଅଭିଯୋଗ ଦାଖଲ କରିଥିଲେ। ରମେଶ ସୋନିଙ୍କ ଦ୍ୱାରା ମୁଖ୍ୟତଃ ଏହି ଅଭିଯୋଗ ରଖାଯାଇଛି ଯେ, ବାରମ୍ବାର ଜନସୁନାନିକୁ ଆସି ଅମେ ଅବେଦନ ଦେଉଛୁ, କିନ୍ତୁ ତାହାକୁ ଅବହେଳା କରାଯାଉଛି। ରାଜଗାଙ୍ଗପୁର ନଗରପାଳିକା ମଧ୍ୟରେ ସ୍ୟାନିଟାଇଜେସନ ନାମରେ ଦୁର୍ନୀତି ଓ ଟାଟା ପାୱାର ଙ୍କ ମନମାନି ଓ ଅନ୍ୟାନ୍ୟ ଅଭିଯୋଗ ମଧ୍ୟ ଦିଆଯାଇଛି। ଏହି ଜନ ଶୁଣାଣି କାର୍ଯ୍ୟକ୍ରମ ରେ ସୁନ୍ଦରଗଡ଼ ଏସ୍ପି ପ୍ରତ୍ୟୁଷ ଦିବାକର, ଅତିରିକ୍ତ ଜିଲ୍ଲାପାଳ ରବି ନାରାୟଣ ସାହୁ, ମୁଖ୍ୟ ବିକାଶ ଅଧିକାରୀ ସୁରଜନ ସାହୁ, ସୁନ୍ଦରଗଡ଼ ସଦର ଉପ ଜିଲ୍ଲାପାଳ ଦଶରଥ ଶରାଭୁ, ପ୍ରଶିକ୍ଷଣ ନିମନ୍ତେ ଆଇଏଏସ୍ ଅଧିକାରୀ ଫାବି ରସିଦ, ରାଜଗାଙ୍ଗପୁର ତହସିଲଦାର ଜଗବନ୍ଧୁ ମଲିକ, ବ୍ଲକ ଅଧିକାରୀ ଅକ୍ଷୟ କୁମାର ବାଘ, ଏସ୍ଡିଓପି ବିଭୂତି ଭୂଷଣ ଭୋଇ,ଡିଏସ୍ପି ମନୋରଞ୍ଜନ ପ୍ରଧାନ ପ୍ରମୁଖ ଉପସ୍ଥିତ ରହିଥିଲେ । ଏହି ଶିବିରରେ ମୋଟ 96ଟି ଅବେଦନ ଏବଂ ଅଭିଯୋଗ ପତ୍ର ଗ୍ରହଣ କରାଯାଇଥିଲା। ଏହା ସହିତ, ମୁଖ୍ୟମନ୍ତ୍ରୀ ରାହତ କୋଷରୁ ଗୋଟିଏ ବ୍ୟକ୍ତିକୁ ଆର୍ଥିକ ସାହାଯ୍ୟ ଏବଂ ଗୋଟିଏ ବ୍ୟକ୍ତିକୁ ରେଡ଼କ୍ରସ୍ ରୁ ଆର୍ଥିକ ସାହାଯ୍ୟ ଦିଆଯାଇଥିଲା, ଯାହା ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନ ଓ ଏସ୍ପି ପ୍ରତ୍ୟୁଷ ଦିବାକରଙ୍କ ହସ୍ତରେ ପ୍ରଦାନ କରାଯାଇଛି।