ତିନିରଥର ଦେବି ନିର୍ମାଣ ଶେଷ |

197

କଟକ,(ଉତ୍କଳ ନ୍ୟୁଜ),୨୦.୬.୨୦୨୫ :ଆଜି ରଥ ନିର୍ମାଣର ୫୦ତମ ଦିନରେ ତିନିରଥର ବେଦି ନିର୍ମାଣ ଶେଷ ହୋଇଛି |ତିନି ରଥରେ ପଟ ପଡି ବେଦି ନିର୍ମାଣ ଶେଷ ହେବା ପରେ ବେଦି ସିଂହାସନ ମୁଁହାଟିର ରଙ୍ଗକାର୍ଯ୍ୟ ଚିତ୍ରକାର ସେବକ ଆରମ୍ଭ କରିଛନ୍ତି | ରଙ୍ଗ କାର୍ଯ୍ୟ ସାରିବା ପରେ ବେଦିରେ ସିଂହାସନ ମୁଁହଟି ଖଞ୍ଜା ଯିବ | ଗତକାଲି ସୁଦ୍ଧା ତିନିରଥର ପ୍ରଭା ଫ୍ରେମରେ ପଟା ପଡିବା ଶେଷ ହୋଇଥିଲା | ଆଜି ଏହି ପ୍ରଭା ଫ୍ରେମରେ ବାଙ୍କ ପଡି ରୂପ ଖୋଦେଇ ପଟା ସେଟିଂ ଶେଷ ହୋଇଛି | ଆସନ୍ତାକଲି ରୂପକାର ସେବକମାନେ ପ୍ରଭାଗୁଡିକରେ ରୂପ ଖୋଦେଇ କର୍ଯ୍ୟ ଆରମ୍ଭ କରିବେ |