କଟକ,(ଉତ୍କଳ ନ୍ୟୁଜ),୨୩.୬.୨୦୨୫ : ବିରୋଧୀ ଦଳ ନେତା ତଥା ବିଜେଡିର ସଭାପତି ନବୀନ ପଟ୍ଟନାୟକଙ୍କର ମୁମ୍ବାଇର କୋକିଲାବେନ ଧିରୁଭାଇ ଅମ୍ବାନୀ ହସ୍ପିଟାଲରେ ସଫଳ ଅସ୍ତ୍ରୋପଚାର ହୋଇଛି |ସର୍ଭିକାଲ ଆଥ୍ରେଇଟିସରେ ପୀଡିତ ନବୀନଙ୍କ ଅସ୍ତ୍ରୋପଚାର ଡାକ୍ତର ରମାକାନ୍ତ ପଣ୍ଡାଙ୍କ ତତ୍ୱାବାଧାନରେ ହୋଇଥିଲା | ପ୍ରାୟ ଦୁଇ ଘଣ୍ଟା ଧରି ତାଙ୍କ ଅପରେସନ ହୋଇଥିଲା |ଏସିଆନ ହାର୍ଟ ଇନ୍ଷ୍ଟିଟ୍ୟୁଟର ବିଶେଷଜ୍ଞମାନେ ଏଥିରେ ସାମିଲ ହୋଇଥିଲେ |ହସ୍ପିଟାଲରେ ନବୀନଙ୍କ ବଡ ଭାଇ ପ୍ରେମ ପଟ୍ଟନାୟକ ଓ ଭାଉଜ ଉପସ୍ଥିତ ଥିବା ଜଣାପଡିଛି |