କଟକ,(ଉତ୍କଳ ନ୍ୟୁଜ),୨୫.୬.୨୦୨୫ : ଇରାନ ଓ ଇସ୍ରାଏଲ ମଧ୍ୟରେ ଅସ୍ତ୍ରବିରତି ଘୋଷଣା ହେବା ପରେ ସୁନା ମୂଲ୍ୟ ହ୍ରାସ ପାଇଛି | ଭୁବନେଶ୍ୱରରେ ୨୨ କ୍ୟାରେଟ ସୁନାର ୧୦ ଗ୍ରାମ ପିଛା ଦାମ ମଙ୍ଗଳବାର ୧୩୫୦ ଟଙ୍କା ହ୍ରାସ ପାଇ ୯୦,୯୫୦ ଟଙ୍କାକୁ ଖସିଆସିଛି | ସେହିପରି, ୨୪ କ୍ୟାରେଟ ସୁନା ଦାମ ୧୪୭୦ ଟଙ୍କା କାମ ହୋଇ ୯୯,୨୨୦ ଟଙ୍କାକୁ ହ୍ରାସ ପାଇଛି | ଏଥି ସହିତ ୨୪ କ୍ୟାରେଟ ସୁନା ଏକ ଲକ୍ଷ୍ୟ ଟଙ୍କା ତଳକୁ ଖସିଛି | ରୁପା କେଜି ମଧ୍ୟ ୧୦୦୦ ଟଙ୍କା ହ୍ରାସ ପାଇ ୧,୧୯,୦୦୦ ଟଙ୍କା ହୋଇଛି |