ବାସ୍ନା ଧାନ କରି ଲକ୍ଷାଧିକ ଟଙ୍କା ପାଇ ନ ପାରି ସମସ୍ୟା ରେ ଚାଷୀ l

80

ଜୁନାଗଡ଼ ୨୮/୬(ଉତ୍କଳ ନ୍ୟୁଜ) କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଅନ୍ତର୍ଗତ ବୁଢୀଦର ପଞ୍ଚାୟତର ଅନେକ ଚାଷୀ ବାସ୍ନା ଧାନ ଚାଷ କରି ଦୀର୍ଘଦିନରୁ ଲକ୍ଷ୍ୟ।ଧିକ ବକେୟା ଟଙ୍କା ପାଇ ପାରି ନ ଥିବା ଘଟଣା କୁ ନେଇ ଏକ ସାମ୍ବାଦିକ ସମ୍ମିଳନୀ ରେ ପ୍ରକାଶ କରିଛନ୍ତି l ସୂଚନା ମୁତାବକ ବୁଢୀଦର ପଞ୍ଚାୟତ କନ୍ଧ ସର୍ଗିଗୁଡା ର ପ୍ରାୟ ୧୦ ରୁ ଉର୍ଦ୍ଧ ଚାଷୀ ପ୍ରାୟ ୧୦୦ହେକ୍ଟର ଜମିରେ ବାସ୍ନା ଧାନ ଚାଷ କରିଥିଲେ l ଏହି ବାସ୍ନା ଧାନ ବିହନ ଜୟ କୋକସାରା ଅର୍ଗlନିକ ଫାର୍ମ ର ପ୍ରଡ୍ୟୁସର ଗ୍ରୁପ ଦେଇଥିଲେ l ଏଥିସହ ଧାର୍ଯ୍ୟ ମୂଲ୍ୟ ଖତ ସାର ଯୋଗାଇ ଦେବା ପାଇଁ ପ୍ରବର୍ତ୍ତାଇ ଥିଲେ l ଏହି ଚାଷ ସମୟରେ ସାଇଣ୍ଟିଫିକ ଟିମ ମଧ୍ୟ ଆସି ରିପୋର୍ଟ ପ୍ରଦାନ କରି ଥିଲେ l ଏହି ସଂସ୍ଥା ଚାଷୀଙ୍କୁ ଅମଳ ପରେ କୁଇଣ୍ଟାଲ ପ୍ରତି ୪୧୦୦ ଟଙ୍କା ଦେବା ପାଇଁ ଧାର୍ଯ୍ୟ କରିଥିଲା l ହେଲେ ଧାର୍ଯ୍ୟ ମୁତାବକ ଟଙ୍କା ନ ଦେଇ ୩୨୦୦ଟଙ୍କା ପ୍ରଦାନ କରିଥିଲା lପରେ ବକେୟା ପ୍ରାପ୍ୟ ପାଇବା ପାଇଁ କହିଥିଲେ। ହେଲେ ଆଜି ପର୍ଯ୍ୟନ୍ତ ବକେୟା ପ୍ରାୟ ୧୫ଲକ୍ଷ ରୁ ଉର୍ଦ୍ଧ ଟଙ୍କା ଉକ୍ତ ଚାଷୀ ମାନେ ପାଇ ପାରି ନାହାନ୍ତି l ଏ ସଂକ୍ରାନ୍ତ ରେ ଜିଲ୍ଲା କୃଷି ଅଧିକାରୀ ଏବଂ ବିଭାଗୀୟ ଅଧିକାରୀ ମାନଙ୍କୁ ଜଣାଇ ଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କୌଣସି ସୁଫଳ ମିଳି ପାରି ନ ଥିବାରୁ ଗଭୀର ଅସନ୍ତୋଷ ପ୍ରକାଶ କରିଛନ୍ତି l ଏହି ସମସ୍ୟା ର ତୁରନ୍ତ ସମାଧାନ ନ ହେଲେ ଆଗାମୀ ଦିନ ରେ କୋଠର ପଦକ୍ଷେପ ନେବୁ ବୋଲି ସେମାନେ ନିଷ୍ପତ୍ତି ନେଇଛନ୍ତି l ଏଥିରେ ଆନନ୍ଦ ସାହୁ, ଗିରୀଶ ସାହୁ, ଜୟସିଂ ନାଏକ, ଗଜରlଜ ଛତ୍ରିଆ, ବିଦ୍ୟାଧର ନାଏକ, ଅକ୍ଷ ସାହୁ, ଶକୁନ୍ତଳା ବେସରାଙ୍କ ସମେତ ଅନେକ ଚାଷୀ ଉପସ୍ଥିତ ରହି ଥିଲେ l