ଆଜି ଶ୍ରୀଜୀଉଙ୍କ ନୀଳାଦ୍ରିବିଜେ |

61

କଟକ,(ଉତ୍କଳ ନ୍ୟୁଜ),୦୮.୦୭.୨୦୨୫ : ଆଜି ଶ୍ରୀମନ୍ଦିରକୁ ବିଜେ କରିବେ ଚତୁର୍ଦ୍ଧା ମୂର୍ତ୍ତି | ୧୨ ଦିନର ଲୀଳାଖେଳା ପରେ ମଙ୍ଗଳବାର ହେବ ନୀଳାଦ୍ରିବିଜେ | ଅଭିମାନ କରିଥିବା ମହାଲକ୍ଷ୍ମୀଙ୍କୁ ରସଗୋଲା ଭୋଗ ଖୁଆଇ ମାନଭଞ୍ଜନ କରିବେ ମହାପ୍ରଭୁ | ସିଂହଦ୍ବାରରେ ଦେଖିବାକୁ ମିଳିବ ଏହି ମାନବୀୟ ଲୀଳା | ରଥରୁ ଚତୁର୍ଦ୍ଧା ବିଗ୍ରହ ଗୋଟି ପହଣ୍ଡିରେ ରତ୍ନ ସିଂହାସନକୁ ବିଜେ କରିବେ |ଆଜି ଅଧରପଣା ପରେ ନୀଳାଦ୍ରି ବିଜେ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି |ଶ୍ରୀମନ୍ଦିରରେ ଏନେଇ ସ୍ୱତନ୍ତ୍ର ନୀତିକାନ୍ତି କରାଯିବ | ମଙ୍ଗଳବାର ତ୍ରୟୋଦଶୀରେ ପ୍ରାତଃ ୪ଟାରୁ ମଙ୍ଗଳ ଆଳତି କରାଯିବ | ମଙ୍ଗଳବାର ରଥ ଉପରେ ସନ୍ଧ୍ୟା ଆଳତି ଓ ସନ୍ଧ୍ୟାଧୂପ ପରେ ଚାରମାଳ ବନ୍ଧାଯିବ | ସେବକ ସିଂହାସନ ମାଜଣା ସହ ପୁଷ୍ପାଞ୍ଜଳି ପ୍ରଦାନ କରିବେ | ଏହାପରେ ଆରମ୍ଭ ହେବ ମହାପ୍ରଭୁଙ୍କ ନୀଳାଦ୍ରି ବିଜେ ପହଣ୍ଡି | ଅପରାହ୍ନ ୪ଟାରୁ ରାତି ୧୦ଟା ମଧ୍ୟରେ ମହାପ୍ରଭୁ ନୀଳାଦ୍ରି ବିଜେ କାର୍ଯ୍ୟକ୍ରମ ରହିଛି |