"୨୦୩୬ ସୁଦ୍ଧା ସବୁଜ ଓଡିଶା " : ମୁଖ୍ୟମନ୍ତ୍ରୀ

55

କଟକ ,(ଉତ୍କଳ ନ୍ୟୁଜ),୦୮.୦୭.୨୦୨୫ : ଏକ ସୁନ୍ଦର ଓ ସବୁଜ ଓଡିଶା ଗଠନ ପାଇଁ ୨୦୩୬ ସୁଦ୍ଧା ଭିଜନ ଓଡିଶା କାର୍ଯ୍ୟକ୍ରମରେ "ସବୁଜ ଓଡିଶା" ଗଠନ କରାଯିବାକୁ ଲକ୍ଷ୍ୟ ରଖାଯାଇଛି | ଏଥିପାଇଁ ୧୦ ଲକ୍ଷ ସବୁଜ ଜୀବିକା ସୃଷ୍ଟି କରାଯିବ ଏବଂ ଓଡିଶାକୁ ପରିବେଶ ପର୍ଯ୍ୟଟନ କ୍ଷେତ୍ରରେ ଏକ ମଡେଲ ଭାବେ ବିକଶିତ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି | ପୁରୁଣା ଭୁବନେଶ୍ୱରସ୍ଥିତ ବିଏମ ହାଇସ୍କୁଲ ପଡିଆରେ ଆୟୋଜିତ ବନ ମହୋତ୍ସବ ସପ୍ତାହ ପାଳନ କାର୍ଯ୍ୟକ୍ରମ ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ,"ସବୁଜ ଓଡିଶା " ଯୋଜନାରେ ଆଦିବାସୀମାନଙ୍କ ରୋଜଗାର ବୃଦ୍ଧି ପାଇଁ ଶାଳ ,ତେନ୍ତୁଳି , ବାଉଁଶ ଓ ଔଷଧୟ ଉଦ୍ଭିଦ ପାଇଁ ୧୦୦ରୁ ଅଧିକ ପ୍ରକ୍ରିୟାକରଣ କେନ୍ଦ୍ର ପ୍ରତିଷ୍ଠା କରାଯିବ ଲକ୍ଷ୍ୟ ରଖାଯାଇଛି | ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି ,ବନ ବିଭାଗ ପକ୍ଷରୁବ ଦିଆଯାଉଥିବା ବିଭନ୍ନ ପୁରସ୍କାରରେ ଏଣିକି କ୍ଷେତ୍ର କର୍ମଚାରୀ ଓ ଜନସାଧାରଣଙ୍କୁ ସାମିଲ କରାଯିବ | ଏହି ନୂତନ ପୁରସ୍କାର ନିୟମ ଆଜିଠାରୁ ହିଁ ଲାଗୁ ହୋଇଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି | ସେହିପରି ବଜ୍ରପାତରୁ ରକ୍ଷା ପାଇବା ପାଇଁ ଚଳିତ ବର୍ଷ ୧୮ ଲକ୍ଷ ତାଳଗଛ ରୋପଣ କରାଯିବ |ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ କହିଛନ୍ତି ,ଚଳିତ ବର୍ଷ "ଏକ ପେଡ ମା କେ ନାମ " ଅଭିଯାନ ଅଧୀନରେ ୭.୫ କୋଟି ଚାରାରୋପଣ ପାଇଁ ଲକ୍ଷ୍ୟ ରଖାଯାଇଛି |