କଟକ,(ଉତ୍କଳ ନ୍ୟୁଜ),୧୬.୦୭.୨୦୨୫ : ଫକୀରମୋହନ ମହାବିଦ୍ୟାଳୟର ଛାତ୍ରୀ ସୋମ୍ୟାଶ୍ରୀ ବିଶିଙ୍କ ମୃତ୍ୟୁ ପରେ ରାଜ୍ୟ ରାଜନୀତି ଜୋର ଧରିଥିବା ବେଳେ କଂଗ୍ରେସ ପକ୍ଷରୁ ଆସନ୍ତା ୧୭ ତାରିଖରେ ଓଡିଶା ବନ୍ଦ ଡାକରା ଦିଆଯାଇଛି | ବନ୍ଦକୁ କଂଗ୍ରେସ ସମେତ ସମସ୍ତ ବାମପନ୍ଥୀ ଦଳ ସିପିଆଇ , ସିପିଆଇ (ଏମ ), ସିପିଆଇ (ଏମଏଲ) , ଆଲ ଇଣ୍ଡିଆ ଫରୱାର୍ଡ ବ୍ଲକ , ଏନସିପି ,ଏସପି ଓ ଆରଜେଡି ଦଳ ସମର୍ଥନ ଜଣାଇଛନ୍ତି | ସେ ଦିନ ବିଦ୍ୟାଳୟ , କଲେଜ ଓ ଦୋକାନ ବଜାର ବନ୍ଦ ରଖିବାକୁ ନିଷ୍ପତ୍ତି ହୋଇଛି | ଆଜି କଂଗ୍ରେସ ଭବନଠାରେ ଆୟୋଜିତ ବିଭିନ୍ନ ଦଳର ମିଳିତ ସାମ୍ବାଦିକ ସମ୍ମିଳନୀରେ ଏ ସଂମ୍ପର୍କରେ ଘୋଷଣା କରାଯାଇଛି |