କଟକ,(ଉତ୍କଳ ନ୍ୟୁଜ),୧୯.୦୭.୨୦୨୫ : ବାଲେଶ୍ଵର ଏଫଏମ କଲେଜ ଛାତ୍ରୀ ଆତ୍ମାହୁତି ଘଟଣାକୁ ନେଇ ଏବେ ସାରା ଦେଶରେ ଚର୍ଚ୍ଚା | ଏହି ମାମଲାରେ ଗିରଫ ହୋଇଥିବା ଏଚଓଡି ସମୀର ସାହୁ ଓ କଲେଜ ଅଧ୍ୟକ୍ଷ ଦିଲ୍ଲୀପ ଘୋଷଙ୍କ ବ୍ୟତୀତ ଆଉ କିଏ କିଏ ସଂପୃକ୍ତ, କଲେଜରେ ଯୌନ ନିର୍ଯାତନା ଓ ଆଣ୍ଟି ରାଗିଙ୍ଗ ନିୟମ ପାଳନ ହେଉଥିଲା କି ନାହିଁ , ସେ ସମ୍ପର୍କରେ ଖୋଳତାଡ଼ ଚାଲିଛି | ଆଜି ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି)ର ତଥ୍ୟ ଅନୁସନ୍ଧାନକରି ଦଳ (ଫ୍ୟାକ୍ଟ ଫାଇଣ୍ଡିଙ୍ଗ ଟିମ ), କ୍ରାଇମବ୍ରାଞ୍ଚ ଓ ଉଚ୍ଚଶିକ୍ଷା ବିଭାଗର ସ୍ୱତନ୍ତ୍ର ଟିମ ପୃଥକ ଭାବେ ତଦନ୍ତ କରିଛନ୍ତି |