କଟକ,(ଉତ୍କଳ ନ୍ୟୁଜ),୨୧.୦୭.୨୦୨୫ : ବଙ୍ଗଳା ପୀଡ଼ିତାଙ୍କୁ ଉନ୍ନତମାନର ଚିକିତ୍ସା ଯୋଗାଇଦେବା ପାଇଁ ଦିଲ୍ଲୀ ଏମସକୁ ଏୟାରଲିଫ୍ଟ କରାଯାଇଛି | ଆଜି ମଧ୍ୟାହ୍ନ ସାଢେ ୧୨ଟାରେ ଭୁବନେଶ୍ୱର ଏମସରୁ ଗ୍ରୀନ କରିଡରରେ ଆମ୍ବୁଲାନ୍ସ ଯୋଗେ ତାଙ୍କୁ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରକୁ ନିଆଯାଇଥିଲା | ୧୨ ମିନିଟ ମଧ୍ୟରେ ଏମସରୁ ବିମାନବନ୍ଦରରେ ପହଞ୍ଚିବା ପରେ ସ୍ୱତନ୍ତ୍ର ଡାକ୍ତରୀ ଟିମ ସହିତ ପୀଡିତାଙ୍କୁ ଏୟାର ଆମ୍ବୁଲାନ୍ସରେ ଦିଲ୍ଲୀ ପଠାଯାଇଛି | ସାଙ୍ଗରେ ପିଡୀତଙ୍କ ପରିବାର ଲୋକ ଯାଇଛନ୍ତି | ଦିଲ୍ଲୀ ବିମାନବନ୍ଦରରେ ପହଞ୍ଚିଲା ପରେ ପୀଡ଼ିତାଙ୍କୁ ଚିକିତ୍ସା ପାଇଁ ଅପରାହ୍ନ ୪ଟା ୨୦ରେ ଦିଲ୍ଲୀ ଏମସରେ ବର୍ଣ୍ଣ ଓ ପ୍ଲାଷ୍ଟିକ ସର୍ଜରି ବିଭାଗ ଆଇସିୟୁରେ ଭର୍ତ୍ତି କରାଯାଇଥିଲା | ତାଙ୍କର ସ୍ୱାସ୍ଥ୍ୟବସ୍ଥା ସଙ୍କଟାପନ୍ନ ରହିଛି ଓ ସେ ଅକ୍ସିଜେନ ସପୋର୍ଟରେ ରହିଥିବା ନେଇ ଏମସ ପକ୍ଷରୁ ଜାରି ମେଡିକାଲ ବୁଲେଟିନରେ ସୂଚନା ଦିଆଯାଇଛି |