କ୍ରାଇମବ୍ରାଞ୍ଚକୁ ମିଳିଲା ପ୍ରମାଣ |

116

କଟକ,(ଉତ୍କଳ ନ୍ୟୁଜ),୨୧.୦୭.୨୦୨୫ : ଫକୀରମୋହନ କଲେଜ ଛାତ୍ରୀ ଆତ୍ମାହୁତି ଘଟଣାକୁ ସରକାର ଗୁରୁତ୍ବର ସହ ନେଇଛନ୍ତି ଏବଂ ତଦନ୍ତ ମଧ୍ୟ ଖୁବ ସତର୍କତାର ସହ କରାଯାଉଛି | ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରମାଣ ମିଳିସାରିଥିବା ବେଳେ ସାକ୍ଷୀମାନେ ବଦଳାଉଥିବା ବୟାନ କିଛିଟା ସମସ୍ୟା ସୃଷ୍ଟି କରିଛି | ସେମାନେ ପୋଲିସ ଆଗରେ ଗୋଟିଏ କଥା କହୁଥିବା ବେଳେ ସାମାଜିକ ଗଣମାଧ୍ୟମରେ ଭିନ୍ନ ଭିନ୍ନ ବୟାନ ଦେଇଛନ୍ତି ବୋଲି ଆଜି ବାଲେଶ୍ୱରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି କ୍ରାଇମବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ର |