ମାଓବାଦୀ ସଂଗଠନରେ ଖାଦ୍ୟାଭାବ |

130

କଟକ,(ଉତ୍କଳ ନ୍ୟୁଜ),୨୫.୦୭.୨୦୨୫ : ପୂର୍ବଭଳି ମାଓବାଦୀ ନିଜ ପାଇଁ ପର୍ଯ୍ୟାପ୍ତ ଖାଦ୍ୟ ଯୋଗାଡ କରିପାରୁନାହାନ୍ତି | ଜଙ୍ଗଲକୁ ସୁରକ୍ଷାବାହିନୀ ଘେରି ରହିଥିବାରୁ ଖାଦ୍ୟ ସଂଗ୍ରହରେ ମାଓବାଦୀଙ୍କୁ ଅଷୁଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି | ଗାଁରେ ମଧ୍ୟ ପୂର୍ବ ଭଳି ମାଓବାଦୀଙ୍କୁ ଆଉ ସମର୍ଥନ ମିଳୁନି | ଯାହା ମାଓ ସଂଗଠନକୁ ଦୁର୍ବଳ କରିବା ପଛର ଅନ୍ୟତମ ମୁଖ୍ୟ କାରଣ ସଂଗଠନ ଶୀର୍ଷ ନେତା ମାଓବାଦୀଙ୍କୁ ଏକଜୁଟ ହେବାକୁ ପରାମର୍ଶ ଦେବା ସହିତ ଖାଦ୍ୟ ଯୋଗାଡ ପାଇଁ ନିର୍ଦ୍ଦେଶ ଦେଉଛନ୍ତି | ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ମୁତାବକ ସେଣ୍ଟ୍ରାଲ କମିଟି ସଦସ୍ୟ ଉଦୟର ମୃତ୍ୟୁ କେବଳ ଖାଦ୍ୟ ପାଇଁ ହୋଇଛି | ଖାଦ୍ୟାଭାବ କାରଣରୁ ବହୁ ମାଓବାଦୀ ସଂଗଠନ ଛାଡୁଥିବାର ଖବର ରହିଛି | ୨୦୨୬ ମାର୍ଚ୍ଚ ସୁଦ୍ଧା ମାଓବାଦୀଙ୍କୁ ମୂଳପୋଛ କରିବାକୁ ସୁରକ୍ଷାକର୍ମୀ ଅପରେସନ ଜାରି ରଖିଛନ୍ତି |