ବୈତରଣୀ ଜଳସ୍ତର ବଢୁଛି ,ତଳି ଅଞ୍ଚଳରେ ବନ୍ୟା ଆଶଙ୍କା |

113

କଟକ,(ଉତ୍କଳ ନ୍ୟୁଜ),୨୬.୦୭.୨୦୨୫ : ଲଘୁଚାପ ଜନିତ ପ୍ରବଳ ବର୍ଷା ପ୍ରଭାବରୁ ବଢୁଛି ବୈତରଣୀ ନଦୀର ଜଳସ୍ତର। ଶନିବାର ପୂର୍ବାହ୍ନ ୧୦ଟାରେ ଆନନ୍ଦପୁର ନିକଟରେ ବୈତରଣୀ ଜଳସ୍ତର ବିପଦ ସଙ୍କେତ ପାର କରିଛି। ଚମ୍ପୁଆରେ ୯୭.୨୦ ମିଲିମିଟର ବର୍ଷା ହୋଇଥିବା ବେଳେ ତା’ର ପ୍ରଭାବରୁ ବୈତରଣୀ ଜଳସ୍ତର ବଢ଼ିବାରେ ଲାଗିଛି। ଯାହାକୁ ନେଇ ତଳି ଅଞ୍ଚଳରେ ବିପଦ ସୃଷ୍ଟି ହେବାର ଆଶଙ୍କା କରାଯାଉଛି। ଆନନ୍ଦପୁରଠାରେ ବିପଦ ସଂକେତ ୩୮.୩୬୦ ଥିବା ବେଳେ ବର୍ତ୍ତମାନ ଜଳସ୍ତର ୩୮.୫୨୦ ଅଛି। ତେବେ ଆଗକୁ ଏହା ବଢ଼ିବାର ସମ୍ଭାବନା ଥିବା ସୂଚନା ମିଳିଛି।