କଟକ,(ଉତ୍କଳ ନ୍ୟୁଜ),୨.୦୮.୨୦୨୫ : ଓଡ଼ିଶା ସିନେମା ଜଗତର ଖ୍ୟାତନାମା ଅଭିନେତା ତଥା ଦିଗପହଣ୍ଡି ଭାଜପା ବିଧାୟକ ସିଦ୍ଧାନ୍ତ ମହାପାତ୍ରଙ୍କ ମା’ କନକ ମହାପାତ୍ରଙ୍କ ବିୟୋଗ ଘଟିଛି। କିଛି ଦିନ ହେବ ସେ ଅସୁସ୍ଥ ଥିଲେ । ଶନିବାର ତାଙ୍କର ପରଲୋକ ଘଟିଛି । ସେ ଜଣେ ଧର୍ମପରାୟଣା, ପରୋପକାରିଣୀ ମହିଳା ଭାବେ ବେଶ ଜନପ୍ରିୟ ଥିଲେ । ମା’ଙ୍କ ବିୟୋଗରେ ଭାଙ୍ଗିପଡ଼ିଛନ୍ତି ପୁଅ। ତେବେ ତାଙ୍କ ମା’ଙ୍କ ଦେହାନ୍ତ ଖବର ଶୁଣି ସବୁଆଡ଼େ ଶୋକର ଛାୟା ଖେଳିଯାଇଛି।କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିଜ ଏକ୍ସ ହ୍ୟାଣ୍ଡେଲରେ ତାଙ୍କ ଅମର ଆତ୍ମାର ସଦ୍ଗତି କାମନା କରିଛନ୍ତି । ଏହାସହ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ସିଦ୍ଧାନ୍ତଙ୍କ ଭୁବନେଶ୍ୱରସ୍ଥିତ ବାସଭବନରେ ପହଞ୍ଚି ତାଙ୍କ ମାଆଙ୍କ ଶେଷ ଦର୍ଶନ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ସହ ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଓ ଭୁବନେଶ୍ୱର ଏକାମ୍ର ବିଧାୟକ ବାବୁ ସିଂହ ମଧ୍ୟ ଉପସ୍ଥିତ ଅଛନ୍ତି ।