ବଳଙ୍ଗା ପୀଡିତା ମୃତ୍ୟୁ ଘଟଣା ରାଜ୍ୟ ସରକାରଙ୍କ ଶାସନ ବ୍ୟବସ୍ଥାର ପଙ୍ଗୁପଣ କୁ ସୂଚାଉଛି: ବିକାଶ ନାଥ, ସିପିଆଇ(ଏମ) ନେତା।
କଟକ (ଉତ୍କଳ ନ୍ୟୁଜ ) ୬-୦୮-୨୦୨୫ : ବଳଙ୍ଗା ପୀଡିତା ମୃତ୍ୟୁ ଘଟଣା ରେ ଅଭିଯୁକ୍ତ ମାନଙ୍କୁ ଗିରଫ କରିବା, ଏହି ହତ୍ୟା ଘଟଣାରେ ଓଡିଶା ଉଚ୍ଚ ନ୍ଯାୟାଳୟରେ ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ଅଧ୍ୟକ୍ଷତାରେ ଏକ ନ୍ୟାୟିକ ତଦନ୍ତ କରାଯାଇ ଅଭିଯୁକ୍ତ ମାନଙ୍କୁ ଦୃଷ୍ଟାନ୍ତ ମୂଳକ ଦଣ୍ଡ ବିଧାନ, ଏହି ଘଟଣାରେ ପୋଲିସ ଓ ପ୍ରଶାସନର ବୟାନ ବାଜି ବଂଦ କରିବା, ପୀଡିତା ପରିବାରକୁ ୫୦ ଲକ୍ଷ ଟଙ୍କା କ୍ଷତିପୂରଣ ଓ ପରିବାରରୁ ଜଣଙ୍କୁ ସରକାରୀ ଚାକିରି ଦେବା ଆଦି ସମସ୍ତ ଘଟଣା ପାଇଁ ଗୃହ ବିଭାଗ ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀ ଇସ୍ତଫା ଦେବା ପାଇଁ ସିପିଆଇ(ଏମ) ଭଦ୍ରକ ଜିଲ୍ଲା କମିଟି ସଭ୍ୟ ବିକାଶ ନାଥ ଦାବି କରିଛନ୍ତି । ଫକୀର ମୋହନ ସ୍ୱୟଂ ଶାସିତ ମହାବିଦ୍ୟାଳୟ ଛାତ୍ରୀ ସୌମ୍ଯାଶ୍ରୀ ବିଶିଙ୍କ ଆନୁଷ୍ଠାନିକ ହତ୍ୟା ଘଟଣାରେ ସୌମ୍ଯାଶ୍ରୀ ବିଶିଙ୍କ ପିତାଙ୍କ ପାଟିରେ ଯେପରି ଡବଲ୍ ଇଞ୍ଜିନ୍ ସରକାର ସାଧାରଣ ଲୋକେ "ରାଜନୀତି ନକରିବା" ପାଇଁ ପ୍ରବର୍ତ୍ତାଇଥିଲେ ଠିକ୍ ସେହିପରି ରାଜ୍ୟରେ ଚାଲିଥିବା ଡବଲ୍ ଇଞ୍ଜିନ୍ ସରକାର ନିଜ ମୁଣ୍ଡରୁ ଦୋଷ ଖସାଇବା ପାଇଁ ଶେଷରେ ବଳଙ୍ଗା ପୀଡିତାଙ୍କ ପିତାଙ୍କୁ ହାତବାରିସି କରିଥିବା ଘଟଣାକୁ ଶ୍ରୀ ନାଥ ତୀବ୍ର ନିନ୍ଦା କରିଛନ୍ତି । ଏହି ଘଟଣା ସାରା ଓଡିଶାର ମାଆ ଭଉଣୀ ମାନଙ୍କ ସମ୍ମାନ ସହ ଜଡିତ ଥିବାରୁ ତୁରନ୍ତ ନ୍ୟାୟିକ ତଦନ୍ତ କରିବାକୁ ଶ୍ରୀ ନାଥ ଦାବି କରିଛନ୍ତି । ତିହିଡିରୁ ସଂଜୟ ଦାସଙ୍କ ରିପୋର୍ଟ।