କଟକ (ଉତ୍କଳ ନ୍ୟୁଜ ) ୧୩-୦୮-୨୦୨୫ : ପୁରୁଣା ଭୁବନେଶ୍ୱରସ୍ଥିତ, ପ୍ରସିଦ୍ଧ, ତ୍ରିଦଣ୍ଡୀ ଗୌଡୀୟ ମଠରେ, ଶ୍ରୀରାଧାଭୁବନ ମୋହନଙ୍କ ଝୁଲଣ ଯାତ୍ରା ସମାପ୍ତ ହୋଇଯାଇଛି | ଘଣ୍ଟଘଣ୍ଟା ଏବଂ ଶଙ୍ଖଧ୍ୱନି ମଧ୍ୟରେ, ଶ୍ରୀରାଧାକୃଷ୍ଣଙ୍କୁ ସିଂହାସନ ଉପରୁ ଅଣାଯାଇ, ଝୁଲଣ ବେଦୀରେ , ବସାଯିବା ସହ, ପୂଜାର୍ଚ୍ଚନା କରାଯାଇଥିଲା | ଏହାପରେ, ମଠର ବରିଷ୍ଠ ସେବାୟତ ଶ୍ରୀ ମାଧବାନନ୍ଦ ଦାସଙ୍କ ଦ୍ୱାରା ସନ୍ଧ୍ୟାଆଳତୀ କରାଯିବା ପରେ, ମଠର ମହନ୍ତ ଶ୍ରୀ ଭକ୍ତିପ୍ରକାଶ ବିଷ୍ଣୁମହାରାଜ ଏବଂ ସମସ୍ତ ଶ୍ରଦ୍ଧାଳୁ ଗଣ, ମନ୍ଦିର ବେଢା ପ୍ରଦକ୍ଷିଣା କରିଥିଲେ | ଏହାପରେ, ବିଷ୍ଣୁ ମହାରାଜଙ୍କ ଦ୍ୱାରା, ଶ୍ରୀଚୈତନ୍ୟ ଭାଗବତ ପଠନ କରାଯିବା ସହ, ଝୁଲଣ ଯାତ୍ରାର, ସୃଷ୍ଟି ସମ୍ପର୍କରେ, ଶ୍ରଦ୍ଧାଳୁ ମାନଙ୍କ ସମ୍ମୁଖରେ, ବର୍ଣ୍ଣନା କରିଥିଲେ | ଅନ୍ୟମାନଙ୍କ ମଧ୍ୟ୍ୟରେ, କ୍ରିଷ୍ନା ଶରଣ ସ୍ୱାମୀଙ୍କ ସହିତ, ମଠର ସମସ୍ତ ସେବାୟତ ଏବଂ ଶ୍ରଦ୍ଧାଳୁଗଣ, ସୁସଜ୍ଜିତ ଝୁଲଣ ବେଦୀରେ ବିରାଜମାନ, ଶ୍ରୀରାଧାକୃଷ୍ଣଙ୍କୁ ଝୁଲାଇ, ନିଜକୁ ଧନ୍ୟ ମଣିଥିଲେ | ଭୁବନେଶ୍ୱର ରୁ ଜିତେନ କୁମାର ସାମନ୍ତରାୟ ଙ୍କ ରିପୋର୍ଟ ଉତ୍କଳ ନିୟୁଜ |