ଆରପାରିରେ ପଦ୍ମଶ୍ରୀ ବିନୋଦ ପଶାୟତ |

28

କଟକ,(ଉତ୍କଳ ନ୍ୟୁଜ),୨୧.୦୮.୨୦୨୫ : ଆଉନାହାନ୍ତି "ହାଏ କୃଷ୍ଣ ହାଏ କୃଷ୍ଣ ବୋଲି ଯାଉ ମୋ ଜୀବନ","ଏ ନନୀ ସୁଲଚାନା...." ଭଳି ଲୋକପ୍ରିୟ ସମ୍ବଲପୁରୀ ଗୀତାର ଗୀତିକାର ପଦ୍ମଶ୍ରୀ ବିନୋଦ ପଶାୟତ (୯୦) | ବୁଧବାର ପୂର୍ବାହ୍ନ ୧୦ଟା ୩୦ରେ ସେନପାର୍କସ୍ଥିତ ବାସଭବନରେ ତାଙ୍କ ଦେହାନ୍ତ ହୋଇଛି | ଗତବର୍ଷ ତାଙ୍କ ସ୍ତ୍ରୀ ଗୋପେଶ୍ୱରୀ ପଶାୟତ ଏବଂ କିଛି ବର୍ଷ ପୂର୍ବରୁ ସାନପୁଅ କମଳଜିତ ପଶାୟତଙ୍କ ଯୁବାବସ୍ଥାରେ ଦେହାନ୍ତ ହୋଇଥିଲା | ସେ ନିଜ ଅନ୍ତେ ବଡ଼ପୁଅ ବିଶ୍ୱଜିତ ,ଝିଅ କଳ୍ପନା ,ଆରତୀ ସଂଗୀତାଙ୍କ ସହିତ ବୋହୂ,ଜ୍ୱାଇଁ ,ନାତିନାତୁଣୀଙ୍କୁ ଛାଡି ଯାଇଛନ୍ତି | ଜିଲ୍ଲା ପ୍ରଶାସନ ଏବଂ ପୁଲିସ ଅଧିକାରୀଙ୍କ ଉପସ୍ଥିତିରେ ସ୍ଥାନୀୟ ରାଜଘାଟରେ ତାଙ୍କୁ ଗାର୍ଡ ଅଫ ଅନର ଦିଆଯାଇଥିଲା | ବଡପୁଅ ବିଶ୍ୱଜିତ ମୁଖାଗ୍ନି ଦେଇଥିଲେ | ପରଲୋକ ଖବର ପ୍ରଚାରିତ ହେବ ପରେ କଳା ,ସାହିତ୍ୟପ୍ରେମୀଙ୍କ ସମେତ ସମାଜର ସବୁ ବର୍ଗର ବ୍ୟକ୍ତି ପହଞ୍ଚି ତାଙ୍କର ଶେଷଦର୍ଶନ କରିବା ସହିତ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ |