ନାମାଙ୍କନ ପତ୍ର ଦାଖଲ କଲେ ଇଣ୍ଡିଆ ମେଣ୍ଟର ଉପରାଷ୍ଟ୍ରପତି ପ୍ରାର୍ଥି ବି. ସୁଦର୍ଶନ ରେଡ୍ଡୀ |

48

କଟକ,(ଉତ୍କଳ ନ୍ୟୁଜ),୨୧.୦୮.୨୦୨୫ : ଇଣ୍ଡିଆ ମେଣ୍ଟର ଉପରାଷ୍ଟ୍ରପତି ପ୍ରାର୍ଥି ବି. ସୁଦର୍ଶନ ରେଡ୍ଡୀ ଗୁରୁବାର ତାଙ୍କର ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଏହି ସମୟରେ କଂଗ୍ରେସ ନେତା ସୋନିଆ ଗାନ୍ଧୀ, ସାଂସଦ ରାହୁଲ ଗାନ୍ଧୀ, ସମାଜବାଦୀ ପାର୍ଟି ନେତା ରାମଗୋପାଳ ଯାଦବ ଏବଂ ସଞ୍ଜୟ ରାଉତଙ୍କ ସମେତ ସମସ୍ତ ବିରୋଧୀ ଦଳର ନେତା ଉପସ୍ଥିତ ଥିଲେ ବୋଲି ଭାଇରାଲ ଭିଡିଓରେ ଦେଖାଯାଇଛି। ଉପରାଷ୍ଟ୍ରପତି ନିର୍ବାଚନରେ ​​ସୁଦର୍ଶନ ରେଡ୍ଡୀ, ଏନଡିଏ ପ୍ରାର୍ଥି ସିପି ରାଧାକୃଷ୍ଣନଙ୍କ ସହ ପ୍ରତିଦ୍ବନ୍ଦ୍ବିତା କରିବେ।