କଟକ (ଉତ୍କଳ ନ୍ୟୁଜ ) ୨୧- ୦୮-୨୦୨୫ : ସୂଚନା ଅଧିକାର ଆଇନ ରେ ତଥ୍ୟ ପ୍ରଦାନ ନ କରିବା , ପ୍ରଥମ ଅପିଲ ଶୁଣାଣି ନ କରିବା , ଚୌଦ୍ୱାର ପୌରପାଳିକା ରେ ଦୁର୍ନୀତି କୁ ପ୍ରଶୟ ଦେବା ବିରୋଧ ରେ ଓଡିଶା ସୂଚନା ଅଧିକାର ଅଭିଯାନ ( ଓସା ) ପକ୍ଷ ରୁ ଚୌଦ୍ୱାର ପୌରପାଳିକା ମୁଖ୍ୟଫାଟକ ସମ୍ମୁଖ ରେ ଧାରଣା | ଚୌଦ୍ୱାର ପୌରପାଳିକା ପକ୍ଷ ରୁ ସୂଚନା କର୍ମୀ ଙ୍କ ଦ୍ୱାରା ମଗାଯାଉଥିବା ତଥ୍ୟ ପ୍ରଦାନ ନ କରାଯିବା ରୁ ଗୁରୁବାର ଟାଙ୍ଗି ଚୌଦ୍ୱାର ଅଂଚଳ ର ସୂଚନା କର୍ମୀ ମାନେ ପୌରପାଳିକା ମୁଖ୍ୟ ଦ୍ୱାର ନିକଟରେ ଶାନ୍ତିପୂର୍ଣ୍ଣ ଧାରଣା ରେ ବସିଛନ୍ତି | ବିଗତ କିଛି ବର୍ଷ ଧରି ଚୌଦ୍ୱାର ପୌରପାଳିକା ରେ ଦୁର୍ନୀତି ର ଶେଷ ସୀମା ରେ ପହଂଚିଥିଵା କୁ ନେଇ ବିଭିନ୍ନ ରାଜନୈତିକ ଦଳ , ଓ ପୌରବାସୀ ଙ୍କ ପକ୍ଷ ରୁ ବାରମ୍ବାର ଅଭିଯୋଗ ହୋଇ ଆସୁଛି | ଅଭିଯୋଗ ପରେ ମଧ୍ୟ ଚୌଦ୍ୱାର ପୌରପାଳିକା ଦୁର୍ନୀତି ରେ କୌଣସି ସୁଧାର ଆସିପାରୁନାହିଁ | ତଦନ୍ତ ରେ ଧରା ପଡିଯିବା ଭୟ ରେ କୌଣସି ସୂଚନା ପ୍ରଦାନ କରୁନାହାନ୍ତି ବିଭାଗୀୟ ଅଧିକାରୀ | ସୂଚନା କର୍ମୀ ମନୋଜ ସାହୁ ଙ୍କ ଦ୍ୱାରା ବିଭିନ୍ନ କାର୍ଯ୍ୟ ର ତଥ୍ୟ ମଗାଯିବା କୁ ନେଇ ସରକାର ଙ୍କ ଦ୍ୱାରା ଏକ ତଦନ୍ତକାରୀ ଟିମ ଗଠନ କରାଯାଇ କିଛି କାର୍ଯ୍ୟ ଗୁଡିକ ର ତଦନ୍ତ ଚାଲିଛି | ତଦନ୍ତ ର ଭୟ ଘାରିଛି ଅଫିସର ଙ୍କୁ | ତଦନ୍ତ ରେ ଧରା ପଡିଯିବା ଭୟ ରେ ପୌରପାଳିକା ପକ୍ଷ ରୁ କୌଣସି ସୂଚନା ପ୍ରଦାନ କରାଯାଉନାହିଁ | ପ୍ରଥମ ଅପିଲ କଲେ ମଧ୍ୟ ଶୁଣାଣି କରାଯାଉ ନାହିଁ | ମନଇଛା ଅପିଲ ଗୁଡିକୁ ରିଜେକ୍ଟ କରିଦିଆଯାଉଛି | ବର୍ତ୍ତମାନ ର ନିର୍ବାହୀ ଅଧିକାରୀ ଙ୍କ ୪ ମାସ କାର୍ଯ୍ୟ କାଳ ଭିତରେ ସୂଚନା କର୍ମୀ ମନୋଜ ସାହୁ ତାଙ୍କ ବିରୁଦ୍ଧ ରେ ୧୦ ଟି ଦ୍ୱିତୀୟ ଅପିଲ କମିଶନ ଙ୍କ ପାଖ ରେ କରିବା ସହ ୭ ରୁ ଉର୍ଧ କେଶ ର ଶୁଣାଣି ସମୟ ଚାଲିଯାଇଥିଲେ ମଧ୍ୟ ପୋୖରକାର୍ଯ୍ୟନିର୍ବହୀ ଅଧିକାରୀ ଙ୍କ ନୀରବତା ତାଙ୍କ ରେ ସ୍ୱଚ୍ଛତା କୁ ନେଇ ଅଂଚଳ ରେ ପ୍ରଶ୍ନ ଉଠିଛି | ବର୍ତ୍ତମାନ ତଥ୍ୟ ନ ଦେବା ର ମୁଖ୍ୟ କାରଣ ହେଲା ତଥ୍ୟ ଦେବା ଦ୍ୱାରା କେଶ ଫାଇଲ ହୋଇ ତାଙ୍କୁ ରିକଭରୀ ପାଇଁ ନୋଟିସ ହେବା ର ଭୟ ଘାରିଛି ଅଫିସର ମାନଙ୍କୁ | ତେବେ ଆଜି ର ଧାରଣା ପରେ ପୋୖରକାର୍ଯ୍ୟନିର୍ବହୀ ଅଧିକାରୀ ଧାରଣା ରେ ଥିବା ସୂଚନା କର୍ମୀ ମାନଙ୍କୁ ମଗାଯାଇଥିବା ତଥ୍ୟ ଉପରେ ପୁଣି ଏକ ଅଭିଯୋଗ ପ୍ରଦାନ କଲେ ସମସ୍ତ ତଥ୍ୟ ଦେବା କୁ ପ୍ରତିଶୃତି ଦେଇଛନ୍ତି | ଉକ୍ତ ଧାରଣା ରେ ସୂଚନା କର୍ମୀ ଶ୍ରୀକାନ୍ତ ପାକଳ , ରାଜୀବ ମହାନ୍ତି , ମନୋଜ ସାହୁ , ହରିହର ବେଉରା , ପ୍ରତାପ ଜେନା , ବୁଲବୁଲ ସାହୁ , ଶରତ ସ୍ୱାଇଁ , ଜୟନ୍ତ ବେହେରା , ନବକିଶୋର ଦାସ , ଶଙ୍କର୍ଷଣ ମହାପାତ୍ର , ଦୀପିକା ମୁଦୁଲି , ଙ୍କ ସହ ବହୁ ସୂଚନା କର୍ମୀ ଉପସ୍ଥିତ ରହିଥିଲେ |