ସେପ୍ଟେମ୍ବର ୧୮ରୁ ବିଧାନସଭା ମୌସୁମୀ ଅଧିବେଶନ |

26

କଟକ,(ଉତ୍କଳ ନ୍ୟୁଜ),୨୨.୦୮.୨୦୨୫ : ଆସନ୍ତା ସେପ୍ଟେମ୍ୱର ୧୮ ତାରିଖରୁ ଓଡିଶା ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହେବ | ସେପ୍ଟେମ୍ବର ୨୫ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଅଧିବେଶନରେ ମୋଟ ୭ଟି କାର୍ଯ୍ୟ ଦିବସ ରହିଛି | ଏଥିରେ ସେପ୍ଟେମ୍ବର ୧୯ରେ କେବଳ ବେସରକାରୀ ସଭ୍ୟଙ୍କ କାର୍ଯ୍ୟ (ବିଲ ଓ ସଂକଳ୍ପ) ପାଇଁ ଧାର୍ଯ୍ୟ ହୋଇଥିବା ବେଳେ ବାକି ୬ଦିନ ସରକାରୀ କାର୍ଯ୍ୟ ଦିବସ ରହିଛି |ଏହି ଅଧିବେଶନରେ ସରକାର କେଉଁ ବିଲ ଉପସ୍ଥାପନା କରିବେ କି ନାହିଁ ତାହା ଏ ପର୍ଯନ୍ତ ଜଣାପଡିନାହିଁ |