ମୁଖ୍ୟମନ୍ତ୍ରୀଙ୍କ ନୂଆଁଖାଇ ଭେଟ , ଚଷୀଙ୍କୁ ମିଳିଲା ୧୦୪୧ କୋଟି |

24

କଟକ,(ଉତ୍କଳ ନ୍ୟୁଜ),୨୮.୦୮.୨୦୨୫ : ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ଉପଲକ୍ଷେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ରାଜ୍ୟର ୫୧,୫୪,୧୧୫ ଜଣ କ୍ଷୁଦ୍ର , ନାମମାତ୍ର ଚାଷୀ , ଭୂମିହୀନ କୃଷକ ପରିବାର , ଅନୁନ୍ନତ ଜନଜାତି ସମୂହ ଏବଂ ସହରାଞ୍ଚଳର କୃଷକଙ୍କୁ ୧୦୪୧ କୋଟି ଟଙ୍କାର ସିଏମ କିଷାନ ସହାୟତା ପ୍ରଦାନ କରିଛନ୍ତି | ଓୟୁଏଟି ଶିକ୍ଷାସଦନଠାରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ଏକ ରାଜ୍ୟସ୍ତରୀୟ ଉତ୍ସବରେ ରବି ୨୦୨୫-୨୬ ପାଇଁ ସିଏମ କିଷାନ ସହାୟତା ରାଶି ପ୍ରଦାନ କରାଯାଇଛି | ଏଥିରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଯୋଗ ଦେଇ କହିଛନ୍ତି , ରାଜ୍ୟରେ ବିଜେପି ସରକାର ଆସିବା ପରେ ଚାଷ ଓ ଚାଷୀଙ୍କୁ ଗୁରୁତ୍ୱ ଦିଆଯାଇଛି | ଯେଉଁଥି ପାଇଁ ଚାଷୀଙ୍କ ବାର୍ଷିକ ଆୟରେ ୫୮ ହଜାର ଟଙ୍କା ବଢିଛି |