ଗୁରୁକୁଳ ଶିକ୍ଷା କେନ୍ଦ୍ର , ଦୌଲତାବାଦ ଚୌଦ୍ୱାର ପକ୍ଷ ରୁ ବଣଭୋଜି |

457

କଟକ (ଉତ୍କଳ ନ୍ୟୁଜ ) ୦୨-୦୨-୨୦୨୬ : ମାଘ ପୂର୍ଣ୍ଣିମା ଅବସର ରେ ହରିଖଳା ମଠ, ଚୌଦ୍ୱାର ଠାରେ ଗୁରୁକୁଳ ଶିକ୍ଷା କେନ୍ଦ୍ର ତରଫରୁ ପ୍ରେରଣା ନାମକ ଏକ ବଣ ଭୋଜି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହାର ଆଭିମୁଖ୍ୟ ; ପିଲାମାନଙ୍କର ଶିକ୍ଷା କୁ କେନ୍ଦ୍ର କରି ଅଭିଭାବକ ଓ ଶିକ୍ଷାନୁଷ୍ଠାନ ମଧ୍ୟ ରେ ସମନ୍ୱୟତା ରକ୍ଷା କରିବା ଏହାର ମୁଖ୍ୟ ଉଦ୍ଦେଶ୍ୟ ଅଟେ। ଏହି କାର୍ଯ୍ୟକ୍ରମ ରେ ଶୈକ୍ଷିକ ଆଲୋଚନା ସହ ଅଭିଭାବକ ମାନଙ୍କର ପ୍ରତିଯୋଗିତା ମୂଳକ କାର୍ଯ୍ୟକ୍ରମ ଯଥା : ମୁରୁଜ, ବାଟି ଚାମଚ, ଶଙ୍ଖଧ୍ୱନି, ହୁଳହୁଳି, କୁଇଜ ଆଦି ଅନୁଷ୍ଠିତ ହୋଇଥିଲା। ପିଲାମାନଙ୍କର ମାନସିକ ବିକାଶରେ ମା ମାନଙ୍କର ପ୍ରମୁଖ ଭୂମିକା ଥିବାରୁ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ବିଭିନ୍ନ ବିଦ୍ୟାଳୟ ର ଶିକ୍ଷକ. ଶିକ୍ଷିକା ମଧ୍ୟ ଯୋଗ ଦେଇଥିଲେ। ଶିକ୍ଷକ - କୃଷ୍ଣଚନ୍ଦ୍ର ନାୟକ,ସଞ୍ଜୟ କୁମାର ନାୟକ,କାର୍ତ୍ତିକ ଚନ୍ଦ୍ର ନାୟକ l ଶିକ୍ଷୟତ୍ରୀ - ବିଶାଖା ମହାରଣା,ରୁବିନା ପ୍ରଧାନ, ସଂଗୀତା ମୁଦୁଲି,ସିଲା ସାମଲ, ରିଙ୍କିନା ବେହେରା,ଦିପ୍ତିମୟୀ ସାମଲ,ଜ୍ୟୋତିର୍ମୟୀ ବେହେରା, ଶୁଭଲକ୍ଷ୍ମୀ ସାମଲ, ଦିପି ସାହୁ ଗୁରୁକୁଳ ସେବା ଟ୍ରଷ୍ଟ ତରଫରୁ - ପ୍ରବୀଣ କୁମାର ସୁବୁଦ୍ଧିରାୟ,ପିଙ୍କିନା ବେହେରା, ଆଶିଷ କୁମାର ବେହେରା ପ୍ରମୁଖ ଆଜିର ସମୟରେ ଶିକ୍ଷାର ମହତ୍ୱ ଉପରେ ଆଲୋଚନା କରିଥିଲେ। ଏହି କାର୍ଯ୍ୟକ୍ରମ ଟି ଗୁରୁକୁଳ ଶିକ୍ଷା କେନ୍ଦ୍ର ର ଶିକ୍ଷୟିତ୍ରୀ ସୁଶ୍ରୀ ସଂଗୀତା ମୁଦୁଲି ଙ୍କ ତତ୍ତ୍ଵାବଧାନ ରେ ଅନୁଷ୍ଠିତ ହୋଇଥିଲା।