ଦହପାଣିଆ ସରକାରୀ ଉଚ୍ଚ ବିଦ୍ୟାଳୟରେ ଜିଲ୍ଲା ସ୍ତରୀୟ କ୍ରୀଡା ମହୋତ୍ସବ ଉଦଯାପିତ |

138

କଟକ (ଉତ୍କଳ ନ୍ୟୁଜ ) ୫-୦୨-୨୦୨୬ : ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ଦହପାଣିଆସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳରେ ଜିଲ୍ଲା ସ୍ତରୀୟ କ୍ରୀଡା ମହୋତ୍ସବ ଉଦଯାପିତ ହୋଇ ଯାଇଛି । ଉକ୍ତ ମହୋତ୍ସବରେ ଜିଲ୍ଲା ବିଭିନ୍ନ ଅଞ୍ଚଳରେ ଥିବା ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ବିକାଶ ବିଭାଗ ଦ୍ୱାରା ପରିଚାଳିତ ୯ଟି ବିଦ୍ୟାଳୟର ଶତାଧିକ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ । ଦୌଡ଼, ଦଉଡ଼ି ଡିଆଁ, ପୋଚୀ, ବାଇଗଣ ଦୌଡ ଓ ଗଣିତ ଦୌଡ଼ ଆଦି ଖେଳରେ ଶତାଧିକ ଛାତ୍ର ଛାତ୍ରୀ ଅଂଶ ଗ୍ରହଣ କରିଥିଲେ । ଏହି ଅବସରରେ ଅପରାହ୍ନରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଆବାସିକ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଡକ୍ଟର କାଳିପଦ ଦାସ ସଭାପତିତ୍ୱରେ ଉକ୍ତ ମହୋତ୍ସବରେ ମୁଖ୍ୟ ଅତିଥି ଭାବେ ଭଦ୍ରକ ପିଡି ଦନାଇ ଚରଣ ଟୁଡୁ ଯୋଗଦେଇ ଓଡ଼ିଶା ମାଟିର ଝିଅ ମହାମହିମ ରାଷ୍ଟ୍ରପତି ଦ୍ରୋପଦି ମୂର୍ମୁ ଦେଶର ପ୍ରଥମ ନାଗରିକ ହୋଇ ସମସ୍ତ ଓଡ଼ିଶାବାସୀଙ୍କୁ ଗର୍ବିତ ଅନୁଭବ କରାଇଛନ୍ତି ତେବେ ଆମ ଦହପାଣିଆ ଆବାସିକ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ ଆଗାମୀ ଦିନରେ ଖେଳରେ, ଗୀତ, ନାଚ, ଶିକ୍ଷ୍ୟରେ ନିଶ୍ଚିତ ଭାବେ ଜିଲ୍ଲା ତଥା ରାଜ୍ୟରେ ସୁନାମ ଅର୍ଜନ କରି ଓଡ଼ିଶାକୁ ଗୌରବାନ୍ନିତ କରିବାକୁ ପରାମର୍ଶ ଦେଇଥିଲେ । ସେହିପରି ମୁଖ୍ୟବକ୍ତା ଭାବେ ତିହିଡ଼ି ବିଡିଓ ନିରଞ୍ଜନ ବାରିକ, ଜିଲ୍ଲା ମଙ୍ଗଳ ଅଧିକାରୀ ସାଲୁ କୁମାର ଟୁଡୁ, ତିହିଡ଼ି ଗୋଷ୍ଠୀ ସମ୍ପ୍ରସାରଣ ଅଧିକାରିଣୀ ସୋମ୍ୟା ସୁଚରିତା ମହାନ୍ତି, ଧାମନଗର ବିଧାୟକଙ୍କ ପ୍ରତିନିଧି ରମାକାନ୍ତ ମଲ୍ଲିକ, ସମାଜସେବୀ ରାମଚନ୍ଦ୍ର ନାୟକ, ଚାନ୍ଦବାଲି ଗୋଷ୍ଠି ସମ୍ପ୍ରସାରଣ ଅଧିକାରୀ ଧନେଶ୍ୱର ନାୟକ, ବାରୋ ପଞ୍ଚାୟତର ସରପଞ୍ଚ ଭାରତୀ ମଲ୍ଲିକ, କାଁପଡ଼ା କ୍ଲଷ୍ଟର ସିଆରସିସି ଶନିଶ୍ଚର ମହାଳିକ, ବାସନ୍ତି କମିଟିର ସଭାପତି ପଦ୍ମଲୋଚନ ମଲ୍ଲିକ ଓ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ସୋମନାଥ ମଲ୍ଲିକ ଏବଂ ଆମନ୍ତ୍ରିତ ଅତିଥିଭାବେ ଜିଲ୍ଲାର ଏହି ବର୍ଗର ବିଦ୍ୟାଳୟ ଗୁଡିକର ପ୍ରଧାନ ଶିକ୍ଷକ ଶୁକଲାଲ ମାରାଣ୍ଡି, ସଞ୍ଜୟ ପତି, ଲକ୍ଷ୍ମୀଧର ବେହେରା, ରମାକାନ୍ତ ସିଂ, ପଞ୍ଚାନନ ଖିଲାର, ସରୋଜ କୁମାର ସାହୁ, ଶ୍ୟାମସୁନ୍ଦର ଦାସ ଓ ଏ ଭାନୁମତି ପ୍ରମୁଖ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ ।

ଏହି ଅବସରରେ ବିଭିନ୍ନ ବିଦ୍ୟାଳୟରୁ ଆସିଥିବା କ୍ରୀଡ଼ା ଶିକ୍ଷକ କମଳା କାନ୍ତ ସାହୁ, ତନ୍ମୟ ବେହେରା, ସୁରଜିତ୍ ଜେନା ଓ ପ୍ରଭାତ ଜେନାଙ୍କୁ ଅତିଥି ମାନେ ସମ୍ବର୍ଦ୍ଧିତ କରିଥିଲେ । ପରେ ଜିଲ୍ଲା ସ୍ତରୀୟ କ୍ରୀଡା ପ୍ରତିଯୋଗିତାରେ ଭାଗ ନେଇ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ଅତିଥିମାନେ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଆବାସିକ ବିଦ୍ୟାଳୟ ଶିକ୍ଷୟତ୍ରୀ ଖିରାବ୍ଧି ମାଝୀ, ସସ୍ମିତା ସାହୁ, ଶାନ୍ତିଲତା ସାମଲ, ତୃପ୍ତିମୟୀ ବେହେରା, ଶିକ୍ଷକ ଶଶିକାନ୍ତ ପଣ୍ଡା, ଦେବୀ ଦତ୍ତା ଦାସ, ବସନ୍ତ କୁମାର ପାଗରାଇ, ସ୍ମୃତିଶେଖର ଆରଣ, ଦିପ୍ତୀ ମହାପାତ୍ର ଓ ମନୋରଞ୍ଜନ ମହାରଣା ପ୍ରମୁଖ ପରିଚଳନା କରିଥିଲେ । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |