କଟକ ( ଉତ୍କଳ ନ୍ୟୁଜ ) ୧୮-୦୨-୨୦୨୬ : ମଧୁପାଟଣା ଥାନା ଅର୍ନ୍ତଗତ ନୂଆପଡ଼ା ପ୍ରେସ କଲୋନୀରେ ବୁଧବାର ଗୁଳିକାଣ୍ଡ ଘଟିଛି।ଏହି ଗୁଳିକାଣ୍ଡରେ ପ୍ରେସ କଲୋନୀ ଅଞ୍ଚଳର ପିତା ସ୍ୱର୍ଗତ ଶ୍ୟାମ ସୁନ୍ଦର ଜେନା ପୁଅ ସୋମ୍ୟରଞ୍ଜନ ଜେନା ଡାକନାମ (ରିଙ୍କୁ)ବୟସ ୩୦ ରୁ ୩୫ ବର୍ଷ ମଧ୍ୟରେ ଙ୍କ ମୃତ୍ୟୁ ଘଟିଛି । ସ୍ଥାନୀୟ ଅଞ୍ଚଳର ଅଧିବାସୀଙ୍କ କହିବା କଥା ଅନେକ ଦିନରୁ ପ୍ରେସ କ୍ୱାର୍ଟର ଗୁଡ଼ିକ ବନ୍ଦ ଥିବା ସମୟରେ କିଛି ଅସାମାଜିକ ଯୁବକଙ୍କ ଆଡ୍ଡାସ୍ଥଳୀ ପାଲିଟିଛି। ଯାହା ଫଳରେ ଆଜି ଏକ ଦୁର୍ଭାଗ୍ୟ ଘଟଣା ଘଟିବା ଦ୍ୱାରା ନିରିହ ଜୀବନ ଚାଲିଗଲା।ଯାହା ବିଶେଷ ସୂତ୍ରରୁ ଜଣାପଡିଛି କିଛି ପିଲା କ୍ୱାର୍ଟର ନମ୍ବର ୨ ଆର ୧୧୭ ଘର ଭିତରରେ ଭୋଜି ଭାତ କରିଥିଲେ।ଦିନ ୪ ଘଣ୍ଟା ସମୟରେ କୈାଣସି କାରଣ ବଶତଃ ଏହି ଘରଭିତରେ ଗୁଳି କାଣ୍ଡ ଘଟିଛି ବୋଲି ଜଣାପଡ଼ିଛି।ଏହି ଗୁଳିକାଣ୍ଡରେ ସୋମ୍ୟରଞ୍ଜନଙ୍କ ଜୀବନ ଚାଲିଗଲା।ଏହାର କାରଣ କଣ ତାହା ଏପର୍ଯ୍ୟନ୍ତ ଜଣାପଡିନାହିଁ। ଏହି ଘଟଣାରେ କିଏ କିଏ ସମ୍ପୃକ୍ତ ଅଛନ୍ତି ତାହା ଜଣାପଡ଼ି ନାହିଁ। ଏହି ଘଟଣା ଘଟିବା ପରେ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ଦେଖାଦେଇଛି। ମଧୁପାଟଣା ଥାନା ପୁଲିସ ସହିତ ଅନେକ ଥାନାର ଅଧିକାରୀମାନେ ଘଟଣାସ୍ଥଳରେ ଉପସ୍ଥିତ ରହି ତଦନ୍ତ ଆରମ୍ଭ କରିଛନ୍ତି |