କଟକ (ଉତ୍କଳ ନ୍ୟୁଜ) : ୨୪-୦୨-୨୦୨୬: କଳାହାଣ୍ଡି ଜିଲା ଜୁନାଗଡ଼ ସହରରେ ନକଲି ବିଦେଶୀ ମଦ ପ୍ରସ୍ତୁତ ହେଉଥିବା ଖବର ପାଇଜିଲ୍ଲା ଅବକାରୀ ନିରୀକ୍ଷକ ଙ୍କ ନିର୍ଦ୍ଦେଶ ରେ ମଙ୍ଗଳବାର ସକାଳୁ ଅବକାରୀ ବିଭାଗ ର ଏକ ସ୍କୁଆଡ଼ ଟିମ ପକ୍ଷରୁ ବିଭିନ୍ନ ସ୍ଥାନରେ ଅତର୍କିତ ଚଢ଼ାଉ କରାଯାଇଥିଲା। ଏହି ସମୟରେ ସହରର ମେଡ଼ିକାଲ ଛକ ନିକଟସ୍ଥ ସନ୍ତୋଷ ପଟ୍ଟନାୟକଙ୍କୁ ଘରୁ ୩୩ ଲିଟର ନକଲି ବିଦେଶୀ ମଦ ଜବତ ସହ ନକଲି ବିଦେଶୀ ମଦ ଠିପି ୯୮୮ଟି, ଖାଲି ବୋତଲ ୭୩, ଇଏଲ (ସରକାରୀ ଲୋଗୋ ଥିବା ଷ୍ଟିକର ୯୨୪ ଟି ଜବତ କରାଯାଇଥିଲା। ଏହାକୁ ନେଇ ଜୁନାଗଡ଼ ଅବକାରୀ ଥାନାରେ ଏକ ମାମଲା ନଂ(୨୭୨/୨୫/୨୬) ରୁଜୁ ହୋଇଥିବାବେଳେ ଏହି ଘଟଣାରେ ସଂପୃକ୍ତ ଥିବା ଅଭିଯୁକ୍ତ ସନ୍ତୋଷ ପଟ୍ଟନାୟକଙ୍କୁ ଗିରଫ କରାଯାଇଛି ।
ଅନ୍ୟପକ୍ଷରେ ଏହି ସମାନ ଘଟଣାରେ ହଣ୍ଡାଖାଲ ପଡାରୁ ରିଙ୍କୁ ମଙ୍ଗରାଜ (୨୮)ଙ୍କୁ ମଧ୍ୟ ଗିରଫ କରାଯାଇଛି । ଅଭିଯୁକ୍ତ ରିଙ୍କୁଙ୍କ ଭଡାଘରୁ ନକଲି ବିଦେଶୀ ମଦ ଠିପି ୧୩୩୩, ଖାଲି ବୋତଲ ୧୯, ଇଏଲ (ସରକାରୀ ଲୋଗୋ ଥିବା ଷ୍ଟିକର ହଜାରେଟି ଜବତ କରାଯାଇଥିଲା। ଜିଲ୍ଲା ଅବକାରୀ ଅଧ୍ୟକ୍ଷକ ରଞ୍ଜନ ନାୟକଙ୍କ ନିର୍ଦ୍ଦେଶ କ୍ରମେ ଏହି ଚଢ଼ାଉରେ ଧର୍ମଗଡ଼ ଅବକାରୀ ଇନ୍ସପେକ୍ଟର ଅରୁଣ କୁମାର ଯୋଶୀ ଓ ଜୁନାଗଡ଼ ଅବକାରୀ ସହକାରୀ ଇନ୍ସପେକ୍ଟର ଲକ୍ଷ୍ମୀପ୍ରିୟl ମଲ୍ଲିକ ପ୍ରମୁଖଙ୍କ ସମେତ ଜୁନାଗଡ଼ ଅବକାରୀ କର୍ମଚାରୀ ଉପସ୍ଥିତ ରହିଥିଲେ ।
କଳାହାଣ୍ଡି ରୁ ରବିଶଙ୍କର ସୁନାନୀ ଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ l