କଟକ ( ଉତ୍କଳ ନ୍ୟୁଜ ) ୨୪ -୦୨-୨୦୨୬ : ରାଜଧାନୀ ଭୁବନେଶ୍ୱର ରେ କାଳ ବୈଶାଖୀ ର ପ୍ରଭାବ। ଆଜି ହଠାତ୍ ଭୁବନେଶ୍ୱର ର କିଛି କିଛି ସ୍ଥାନରେ କାଳ ବୈଶାଖୀ ର ପ୍ରଭାବ ରେ ହଠାତ ବର୍ଷା ହୋଇଉଠିଥିଲା। ଯାହା ଫଳରେ ରାସ୍ତା ରେ ଯାତାୟାତ କରୁଥିବା ବାଇକ୍ ଆରୋହୀ ଏବଂ ପଥ ଚାଳକ ବହୁତ ଅସୁବିଧାର ସମ୍ମୁଖୀନ ହେବା ଦେଖିବାକୁ ମିଳିଥିଲା। ଯିଏ ଯେଉଁଠି ପାରିଲେ ଗାଡ଼ି ରଖି ରୋଡ ସାଇଟ୍ ରେ ଠିଆ ହୋଇଯାଇଥିଲେ। ହେଲେ ବି ସେ କାଳ ବୈଶାଖୀ ର ପବନ ରୁ ନା ବର୍ଷା ରୁ ରକ୍ଷା ପାଇଁ ପାରିଲେ ନାହିଁ। ବର୍ଷା ରେ ଜୁଡୁବୁଡୁ ଅବସ୍ଥାରେ ରହି ଚାହିଁଥିଲେ ପଥ ଚାଳକ।ଏହି କାଳ ବୈଶାଖୀ ର ପ୍ରଭାବ ରେ ସଂଧ୍ୟା ୫ ଘଣ୍ଟି କାରୁ ନେଇ ୬ ଘଣ୍ଟା ପର୍ଯ୍ୟନ୍ତ ଚାଲିଥିଲା। ଯାହା ଫଳରେ କିଛି କିଛି ଯାଗାରେ ମଧ୍ୟ ଗାଡ଼ି ଅଟକି ରହିଥିଲା। ଭୁବନେଶ୍ୱର ରୁ ଜିତେନ କୁମାର ସାମନ୍ତରାୟ ଙ୍କ ରିପୋର୍ଟ ଉତ୍କଳ ନିୟୁଜ।