ପୋଖରୀ ହୁଡା ଗଛରୁ ଯୁବକଙ୍କ ଝୁଲନ୍ତା ଶବ ଉଦ୍ଧାର |

229

କଟକ ( ଉତ୍କଳ ନ୍ୟୁଜ ) ୨୪-୦୧-୨୦୨୫ : ଭଦ୍ରକ ଜିଲ୍ଲା ତିହିଡି ଥାନା ମହରମପୁର ପଞ୍ଚାୟତ ଅଧିନ ବାଂଶବାଗ(ମିଶ୍ରସାହି)ରେ ଏକ ପୋଖରୀ ହୁଡା କରଞ୍ଜଗଛରୁ ଜଣେ ଯୁବକଙ୍କ ଝୁଲନ୍ତା ଶବ ଉଦ୍ଧାର ହୋଇଛି । ମୃତକ ନାରାୟଣ ଭଞ୍ଜଙ୍କ ପୁଅ ଆଶିଶ କୁମାର ଭଞ୍ଜ(ଲିଟୁ) ବୟସ ୨୮ ବୋଲି ଜଣାଯାଇଛି । ଶୁକ୍ରବାର ସକାଳ ପ୍ରାୟ ୫ ଘଟିକା ସମୟରେ ଉକ୍ତ ଗଛରେ ବେକରେ ରଶି ଲଗା ଯାଇଥିବା ଲୋକେ ଦେଖିବାକୁ ପାଇଥିଲେ । ତେବେ ଶବର ପାରିପାଶ୍ୱର୍ିକ ଅବସ୍ଥାରୁ ତାହା ଫାଶି ବୋଲି ଜଣା ପଡୁନଥିବା ମୃତକଙ୍କ ମାମୁଁ ବିଜୟ ଭୋଇ ଥାନାରେ ଏତଲା ଦେଇଛନ୍ତି । ପୋଲିସ ଘଟଣା ସ୍ଥଳରେ ପହଂଚି ଶବ ଜବଦ୍ କରିବା ସହିତ ବ୍ୟବଚ୍ଛେଦ କରାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିବା ଜଣା ଯାଇଛି । ତେବେ ଶବ ବ୍ୟବଚ୍ଛେଦର ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣା ପଡିବ ବୋଲି ଆଇଆଇସି ପ୍ରସନ୍ନ କୁମାର ନାୟକ ସୂଚନା ଦେଇଛନ୍ତି । ଅପରାହ୍ନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯାଇଛି । ସେ ବିବାହିତ ଥିଲେ ଓ ତାଙ୍କର ସ୍ତ୍ରୀ ଓ ଝିଅପୁଅ ଅଛନ୍ତି । ତାଙ୍କ ମୃତ୍ୟୁରେ ସ୍ଥାନୀୟ ଅଞ୍ଚଳରେ ଶୋକ ପ୍ରକାଶ ପାଇଛି । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |