ମହୋତ୍ସବ ରେ ସାମିଲ ହେଲେ ପଞ୍ଚାୟତ ପ୍ରତିନିଧି |

103

କଟକ (ଉତ୍କଳ ନ୍ୟୁଜ ) ୩-୦୨-୨୦୨୫ : କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ହାଇସ୍କୁଲ ଖେଳ ପଡିଆ ଠାରେ ଜୁନାଗଡ଼ ମହୋତ୍ସବ କମିଟି ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ସମସ୍ତ ପଞ୍ଚାୟତ ଓ ଏନଏସି ନିର୍ବାଚିତ ପ୍ରତି ନିଧି ଯୋଗଦେଇ ସବୁପ୍ରକାର ସହଯୋଗ କରିବାକୁ ସହମତି ପ୍ରକାଶ କରିଛନ୍ତି। ଉତ୍ସଵ କମିଟିର ଅଧ୍ୟକ୍ଷ ଦୁର୍ଗା ପ୍ରସାଦ ନାଏକ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସହ ଅଧ୍ୟକ୍ଷ ଲଳିତ ଅଗ୍ରୱାଲ, ସମ୍ପାଦକ ହିମାଂଶୁ ଶେଖର ବରାଡ଼ , ଈଶ୍ୱର ପୁଝାରି, , ଉଦ୍ଧବ ଚରଣ ସାହୁ, ବିଘ୍ନରାଜ ବରାଡ଼, ମାନସ ସେଠି ପ୍ରମୁଖ ଉଦବୋଧନ ଦେଇଥିଲେ lଚଳିତ ବର୍ଷ ଜୁନାଗଡ଼ ହାଇସ୍କୁଲ ଖେଳ ପଡିଆ ତିନି ଦିନ ଧରି ଏହି ଉତ୍ସଵ ପାଳନ ହେବ । ବ୍ଲକ ଓ ଏନଏସି ର ଲୋକେ ଚଳିତ ବର୍ଷ ଉତ୍ସଵ ଦେଖିବାରୁ ନିରାଶ ହୋଇଥଲେ । ଜୁନାଗଡ଼ର ମାନ, ସ୍ୱାଭିମାନ ଓ ସର୍ବୋପରି ଜୁନାଗଡ଼ ର ଅଶ୍ମିତାକୁ ବଞ୍ଚାଇ ରଖିବା ପାଇଁ ଜୁନାଗଡ଼ବାସୀ ପକ୍ଷରୁ ଜୁନାଗଡ଼ ମହୋତ୍ସବ ପାଳନ କରିବା ପାଇଁ ନିଷ୍ପତ୍ତି ହୋଇଛି । ଚଳିତ ଫେବୃଆରୀ ୧୪,୧୫ ଓ ୧୬ ତାରିଖରେ ହାଇସ୍କୁଲ ଖେଳ ପଡିଆ ଠାରେ ଜୁନାଗଡ଼ ମହୋତ୍ସବ ପାଳନ ହେବ । ଏହି କାର୍ଯ୍ୟକ୍ରମରେ ଏନଏସି ଅଧକ୍ଷ୍ୟା ହିମାଦ୍ରୀ ନାଏକ, ଜିଲ୍ଲା ପରିଷଦ ସଭ୍ୟ। ସlମୁକାରାଣୀ କୁମାର,ବହୁଜନ ସଂଗ୍ରାମ ସମିତି ସଭାପତି ରଞ୍ଜନ କୁମାର ଜାଲ,ସରପଞ୍ଚ ସଂଘ ସଭାପତିତାରାପ୍ରସାଦ ରାୟଗୁରୁ ,ସୁନୀଲ ନାଇଡୁ, ବିକାଶ ପଣ୍ଡା, ବିଦ୍ୟାଧର ସାହୁ, ସ୍ୱୟଂଭୁ ପାଣିଗ୍ରାହୀ, ହିମାଦ୍ରୀ ନାଏକ, କୁନା ଦଣ୍ଡସେନା, ସମୀର ସାହୁ, କାଳିଆ କନ୍ଦ ପାନ, ସରୋଜ ପଣ୍ଡା ପ୍ରମୁଖ ଙ୍କ ସମେତ ଗଣମାଧ୍ୟମ ପ୍ରତିନିଧି ଓ ସହରବାସି ଉପସ୍ଥିତ ରହିଥିଲେ। କଳାହାଣ୍ଡି ରୁ ରବି ଶଙ୍କର ସୁନାନୀ ଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ